୫ କି.ମି. ପିଛା କରି ଗାଡ଼ିକୁ ଧରିଲା ପୋଲିସ୍‌, ମିଳିଲା ଏମିତି ଜିନିଷ…

ଲମତାପୁଟ: ରାତିରେ ପାଟ୍ରୋଲିଂ ବେଳେ ଏକ ନମ୍ବର ନ ଥିବା ଗାଡ଼ିକୁ ପୋଲିସ୍‌ ୫ କି.ମି. ପର୍ଯ୍ୟନ୍ତ ପିଛା କରି ଶେଷରେ ଗାଡ଼ିକୁ ଅଟକାଇଥିଲେ। ପରେ ଜଣାପଡ଼ିଥିଲା ଯେ, ଏଥିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା।

ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଏକ ନମ୍ବର ନ ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଛକୁଣ୍ଡ ପୋଲିସ୍ ଗାଡ଼ିକୁ ପିଛା କରି ସହ ୭ କ୍ୱିଣ୍ଟାଲ୍‌ ୧୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ତେବେ ଅନ୍ଧାର ରାତି ହୋଇଥିବାରୁ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ଗତ ରାତିରେ ମାଛକୁଣ୍ଡ ପୋଲିସ୍‌ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ନମ୍ବର ନ ଥିବା ଏକ ପିକ୍ଅପ୍ ଭ୍ୟାନ୍‌ ଅତିକ୍ରମ କରିଥିଲା। ତେବେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ମିଳିଥିବାରୁ ପୋଲିସ୍‌ ଏହାର ପିଛା କରି ମାଛକୁଣ୍ଡଠାରୁ ୫ କିଲୋମିଟର ଦୂର ଘଡ଼ାେବେଡ଼ା ବ୍ରିଜ ନିକଟରେ ଗାଡ଼ିକୁ ଅଟକାଇଥିଲେ। ପରେ ମାଛକୁଣ୍ଡ ପୋଲିସ୍‌ ଗାଡିକୁ ଥାନାକୁ ଆଣିଥିଲେ। ଗାଡ଼ିରୁ  ୭ଶହ ୧୨ କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା।  ଅନ୍ତରାଜ୍ୟରେ ଏହାର ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ହାରାହାରି ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ମାଛକୁଣ୍ଡ ଥାନା ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷେ, ଏହି ଗଞ୍ଜେଇ ଚୋରା ଚାଲାଣ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

You might also like