ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ଭୁବନେଶ୍ୱର: ବୋଲେରୋର ସିକ୍ରେଟ୍‌ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ। କନ୍ଧମାଳରୁ ଭାୟା ଭୁବନେଶ୍ୱର ଦେଇ ଉତ୍ତରପ୍ରଦେଶ, ବିହାରକୁ ଲମ୍ବିଛି ଏହି ଚୋରା ଚାଲାଣର ଚେର ଲମ୍ବିଥିବା ସୂଚନା ମିଳିଛି।

ଆଜି ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣକୁ ଗିରଫ କରିଛି। ଉକ୍ତ ବୋଲେରୋରେ ଏକାଧିକ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତ ବେଳେ ଜଣାପଡ଼ିଛି।

ବୋଲେରୋଟି ଖୋର୍ଦ୍ଧା-କଟକ ବାଇପାସ୍ ରାସ୍ତାରେ ଯାଉଥିବାବେଳେ ଅବକାରୀ ବିଭାଗ ଚଢ଼ଉ କରି ଗଞ୍ଜେଇ ଜବତ କରିଛି। କନ୍ଧମାଳରୁ ଏହି ଗଞ୍ଜେଇ ଆସିଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି। ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ବାଲିପାଟଣା ପଦ୍ମପୁର ଅଞ୍ଚଳରୁ ଗୋଟିଏ ଦୋକାନ ଘର ଭିତରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ସେହିପରି ସେପ୍ଟେମ୍ବର ୮ରେ ଖଣ୍ଡଗିରି ପାଖରୁ ସାଢ଼େ ୫ କ୍ୱିଣ୍ଟାଲ୍‌ ଓଜନର ଗଞ୍ଜେଇ ଜବତ ହୋଇଥିଲା।

You might also like