ଘରେ ଟିଣ ଡବାରେ ଲୁଚାଇ ରଖିଥିଲେ ଏମିତି ଜିନିଷ, ପୋଲିସ ଆସିବା ପୂର୍ବରୁ ଫେରାର୍ ପରିବାର
ଗଞ୍ଜାମ: ଗଞ୍ଜାମ ପାଟପୁରରୁ ଧରାପଡ଼ିଲା ୩ କୋଟି ଟଙ୍କାର ଗଞ୍ଜେଇ। ସ୍ଥାନୀୟ କୃଷ୍ଣପୁର ଗାଁରେ ଅବକାରୀ ଓ ପୋଲିସ୍ ମିଳିତ ଚଢ଼ାଉ କରି ୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରୁ ଟିଣ ଡବାରେ ଲୁଚାଇ ରଖାଯାଇଥିବା ଗଞ୍ଜେଇକୁ ଜବତ କରାଯାଇଛି।
ତେବେ ଘରଲୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପାଟପୁର ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଗତକାଲି ତପ୍ତପାଣିର ଟି.ଗୋବିନ୍ଦପୁର ଅଞ୍ଚଳରେ ୨୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଏହାପରେ ପୋଲିସ କୃଷ୍ଣପୁର ଗାଁର ୬ଟି ଘରେ ରେଡ୍ କରିଥିଲା।