ପୁଲିସ୍‌ ଚେକିଂ ଦେଖି ଡ୍ରାଇଭର ହଡବଡ: ହଠାତ୍‌ ବ୍ରେକ୍‌ ମାରିବାରୁ ଓଲଟି ପଡ଼ିଲା ଗାଡ଼ି

ଖୋର୍ଦ୍ଧା: ପୁଲିସ୍‌ ଚେକିଂ ଦେଖି ଖସି ଯିବାକୁ ଉଦ୍ୟମ ବେଳେ ହଠାତ୍‌ ଗାଡ଼ିର ବ୍ରେକ୍‌ ମାରିବାରୁ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝଇ କାର୍‌ ଓଲଟି ପଡ଼ିଛି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ, ବ୍ରହ୍ମପୁରରୁ ଭୁବନେଶ୍ୱର ଆଡ଼କୁ ଏକ କାର୍‌ ଯାଉଥିବା ସମୟରେ ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ୍‌ ଚେକିଂ ଦେଖି ଡ୍ରାଇଭର ହଠାତ୍‌ ବ୍ରେକ୍‌ ମାରିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଘଟଣା ପରେ ତତ୍‌କ୍ଷଣାତ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଖସି ପଳାଇଥିଲେ।

ଗାଡ଼ି ଭିତରୁ ଆନୁମାନିକ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ଏନେଇ ପୁଲିସ୍‌ ତଦନ୍ତ ଚଳାଇଛି। ବିଭିନ୍ନ ସମୟରେ ବିଳମ୍ବିତ ରାତିରେ ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ହେଉଥିବାରୁ ଏହି ଅଞ୍ଚଳରେ ପୁଲିସ୍‌ ପାଟ୍ରୋଲିଂ କଡ଼ାକଡି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like