ଆମ୍ବୁଲାନ୍ସରୁ ମିଳିଲା ଏମିତି ଜିନିଷ, ପୋଲିସ୍‌ ଦେଖି ଆଶ୍ଚର୍ଯ୍ୟ

ଆସିକା(ମନୋଜ ମୁନି): ଆମ୍ବୁଲାନ୍ସକୁ ସାଧାରଣତଃ ଆପଣ ରୋଗୀ ମାନଙ୍କୁ ନେବାର ଦେଖିଥିବେ। କିନ୍ତୁ ଏଥର ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ପାଖରେ ଗୋଟିଏ ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ କରାଯାଇଛି। ପିପିଇ କିଟ୍ ଢଙ୍କା ହୋଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଗାଡ଼ି ଯାଞ୍ଚ ବେଳେ ପୋଲିସ୍‌ ଗଞ୍ଜେଇ ପକେଟକୁ ଜବତ କରିଛି। ଏହାସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ୍‌ ଅଟକ ରଖିଛି।

ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା। ତେବେ ରାସ୍ତାରେ ପୋଲିସ୍‌ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଢଙ୍କାଯାଇ କିଛି ରଖାଯାଇଥିବା ଦେଖିବାକୁ ପାଇଥିଲା। ଏନେଇ ସନ୍ଦେହ ହେବାରୁ ପୋଲିସ୍ ଗାଡିକୁ ଚେକିଂ କରିଥିଲା। ତେବେ ଗଞ୍ଜେଇ ପକେଟ ଦେଖିବା ପରେ ପୋଲିସ୍‌ ସେସବୁକୁ ଜବତ କରିଥିଲ॥

You might also like