ଦାମୀ କାରରେ ଯାଉଥିବା ଅପରାଧୀଙ୍କୁ କେମିତି ଚିହ୍ନିଲା ପୋଲିସ୍?

ଭୁବନେଶ୍ୱର: ଏମିତି ସେମିତି କାର ନୁହେଁ, ଦାମୀ କାରରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ। ଗଞ୍ଜେଇ ଚୋରା ଚାଲାଣ ବେଳେ ଭୁବନେଶ୍ୱର ସହିଦ ନଗର ଥାନା ବାଙ୍କୁଆଳ ନିକଟରୁ ୧୪ କେଜି ଗଞ୍ଜେଇ ଜବତ ସହ ୨ଟି କାର ଜବତ କରିଛି କମିଶନରେଟ୍ ପୋଲିସ।

ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର କନ୍ଧମାଳର ଏବଂ ଆଉ ଜଣଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି କନ୍ଧମାଳରୁ ଆସିଥିବା ଗଞ୍ଜେଇ ରାଜଧାନୀରେ ଡେଲିଭରୀ ହୋଇଥାନ୍ତା।

କେହି ଯେପରି ସନ୍ଦେହ କରିବେ ନାହିଁ, ସେଥିପାଇଁ ଅଭିଯୁକ୍ତମାନେ ଦାମୀ ଗାଡି ବ୍ୟବହାର କରୁଥିଲେ। ଅଭିଯୁକ୍ତମାନେ ପୂର୍ବରୁ ଜେଲ ଯାଇଥିବା ବେଳେ ସେମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

You might also like