ଗ୍ୟାଙ୍ଗଷ୍ଟର ଟିଟୋର ୮ ସହଯୋଗୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

କଟକ: ଗ୍ୟାଙ୍ଗଷ୍ଟର୍‌ ଟିଟୋର ୮ ସହଯୋଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଉଠାଇ ନେଇଛି। କଟକର ବିଭିନ୍ନ ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ୍‌ର ୧୦ଟି ଟିମ୍ ଚଢ଼ଉ କରି ସେମାନଙ୍କୁ ଧରିଛି। ସମସ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି। ପୋଲିସ ଅଟକ ରଖିଥିବା ସମସ୍ତଙ୍କର ଅପରାଧିକ ରେକର୍ଡ ଅଛି।

ଟିଟୋ ସହିତ ଏମାନଙ୍କର ଲିଙ୍କ୍‌ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଟେଣ୍ଡର୍‌ ଫିକ୍ସିଂ, ଦାଦାବଟି ଆଦାୟ ଓ ଟିଟୋର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ସେମାନଙ୍କର କ’ଣ ଭୂମିକା ଓ ସହଯୋଗ ରହିଛି ସେନେଇ ଖୋଳତାଡ଼ ଚାଲିଛି।  ଜେରା ପରେ ଏନେଇ ଲିଙ୍କ୍ ମିଳିଲେ ୮ଜଣଙ୍କ ମଧ୍ୟରୁ କିଛି ସହଯୋଗୀ ଗିରଫ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

 

 

You might also like