• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • କୁଆଡ଼େ ଓ କେମିତି ଖସିପଳାଇଲା ଗ୍ୟାଙ୍ଗଷ୍ଟର ହାଇଦର ?
  • ପୋଲିସ ସୂତ୍ରରୁ ଓଟିଭିକୁ ମିଳିଲା ବଡ଼ ସୂଚନା
  • ଏସସିବିରୁ ବାଇକରେ ଖସିପଳାଇଛି ହାଇଦର
  • ରମଜାନ୍ ଆଗରୁ ଖସିବାକୁ ବହୁ ଆଗରୁ ରେକି କରିଥିଲା ଗ୍ୟାଙ୍ଗଷ୍ଟର
  • ଫେରାର ପଛରେ ବଡ଼ ହାତ ଥିବା କହି ପୂର୍ବ ଡିଜିପି ପ୍ରକାଶ ଉଠାଇଲେ ପ୍ରଶ୍ନ
  • ପୋଲିସ୍, ଜେଲ୍ ଓ ମେଡିକାଲ୍ ମଧ୍ୟରେ କିଏ ରଖୁଥିଲା ସମନ୍ୱୟ: ପ୍ରକାଶ ମିଶ୍ର

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଫେରାର୍ ପଛରେ ସୁଚିନ୍ତିତ ଷଡଯନ୍ତ୍ର। ଜେଲ୍ ଓ ପୋଲିସଠୁ ମେଡ଼ିକାଲ୍ ଯାଏଁ ହାଇଦର ପାଇଁ ଦରଦ ଦେଖାଇ ଅକଳରେ ଏବେ ସମସ୍ତେ। କାରଣ ଏହି ୩ ବିଭାଗର ସାଂଘାତିକ ଅବହେଳାରୁ ଖସିଗଲା ହାଇଦ। କାରରେ ନୁହେଁ, ସମ୍ପର୍କୀୟଙ୍କ ସହାୟତାରେ ଏସସିବିରୁ ବାଇକରେ ଖସିଯାଇଛି ସେ। ତେଣେ ବଡ଼ଧରଣର ଷଡ଼ଯନ୍ତ୍ରର ଗନ୍ଧବାରି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର। ଏତେବଡ଼ ଅଘଟଣ ସତ୍ତ୍ୱେ କାହିଁକି ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାଁନ୍ତି ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି।

ହାଇଦର ଫେରାର୍ ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ମାସାଧିକ କାଳ ସୁଚିନ୍ତିତ ଯୋଜନା ପରେ ସୀମାପାର୍ ହୋଇଛି ହାଇଦର। ୪ ଦିନ ପରେ ବି ନିରାଶ ପୋଲିସ୍। ତେବେ ହାଇଦର ଫେରାର୍ ପଛରେ କେମିତି ରଚାଯାଇଥିଲା ଷଡ଼ଯନ୍ତ୍ର? ପୋଲିସ ସୂତ୍ରରୁ ଓଟିଭିକୁ ମିଳିଥିବା ସୂଚନା ଅନୁଯାୟୀ, ଏସସିବିରୁ ପ୍ରଥମେ ବାଇକ୍ ଓ କଟକ ସୀମା ପାର୍ ହେବା ପରେ କାରରେ ଖସିଯାଇଛି ଏହି ଗ୍ୟାଙ୍ଗଷ୍ଟର। ତାପୂର୍ବରୁ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ମାର୍ଫତରେ କିଣାଯାଇଥିଲା ୨ଟି ପଲସର ବାଇକ୍‌। ପୋଲିସଠୁ ବର୍ତ୍ତିବା ପାଇଁ ଚେକିଂ ହେଉନଥିବା ଅପରାହ୍ନ ସମୟକୁ ବାଛିଥିଲା ହାଇଦର୍। ତେବେ ହାଇଦର ଦେଶ ଭିତରେ ହିଁ ଥିବା ଜଣାପଡ଼ିଛି।

ପୋଲିସ୍ ପଞ୍ଝାରୁ ଖସିବା ପାଇଁ ଗତ ଜାନୁୟାରୀ ଓ ଫେବୃୟାରୀରେ ସମ୍ବଲପୁରରୁ ଏସସିବି ଆସିଥିବା ବେଳେ ହିଁ କରିଥିଲା ପ୍ଲାନ୍‌। ସବୁ ତଥ୍ୟ ସଂଗ୍ରହ ପରେ ରମଜାନ୍ ପୂର୍ବରୁ ଫେରାର ପାଇଁ ହୋଇଥିଲା ଯୋଜନା। ଯେଉଁଥିରେ ସହଯୋଗ କରିଥିଲେ ତାର ମଝିଆ ପୁଅ ଆଝାରୁଦ୍ଦିନ, ସାନ ପୁଅ ଚୁନୀ ସହ ପ୍ରାୟ ୧୦ ଜଣ ସଂପର୍କୀୟ। ଏସସିବିରୁ ବାହାରି ହାଇଦର ଓ ସହଯୋଗୀ ଭିନ୍ନ ଭିନ୍ନ ରୁଟ୍ ଦେଇ ଖସିଯାଇଥିବାର ସିସିଟିଭି ଫୁଟେଜ୍ ଥିଲେ ବି ହାଇଦରକୁ ଧରିପାରୁନି ପୋଲିସ। ତେବେ ତାକୁ ବାରମ୍ବାର କାହିଁକି ସମ୍ବଲପୁରରୁ କଟକ ଅଣାଯାଉଥିଲା? ବୁର୍ଲାରୁ ରେଫର୍ କରୁଥିଲେ କିଏ? ଏସସିବିରେ ପହଞ୍ଚୁ ପହଞ୍ଚୁ କ୍ୟାବିନ୍ ମିଳିଲା କେମିତି? ଫେରାର୍ ହେବାର ୩ ଘଣ୍ଟା ଯାଏଁ ପୋଲିସ୍ ଜାଣିପାରିଲାନି କେମିତି ? ପୋଲିସ, ଜେଲ୍ ଏବଂ ମେଡ଼ିକାଲ୍ ମଧ୍ୟରେ କିଏ ରଖୁଥିଲା ସମନ୍ୱୟ? ଏସବୁ ସ୍ପଷ୍ଟ ହେବା ଦରକାର ବୋଲି ପ୍ରେସମିଟରେ କହିଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର।

ହାଇଦର ଖସିଯିବା ପଛରେ କୌଣସି ବଡ଼ ଲୋକଙ୍କର ହାତ ଥିବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା। ନିଲମ୍ବିତ କନେଷ୍ଟବଳ ମୌସିମଙ୍କ ଏତଲାରେ ସ୍ପଷ୍ଟ ଲେଖାଯାଇଛି, ଘଟଣା ଦିନ ହାଇଦରକୁ ଭେଟିବାକୁ ଆସିଥିଲେ ତାର ପୁଅ, ଭାଇ, ପୁତୁରା, ଶଳା ଓ ସାନ ଜ୍ୱାଇଁ। ସେମାନେ ମୌସିମଙ୍କ ମୁହଁରେ ସ୍ପ୍ରେ କରି ଅଚେତ କରିବା ପରେ ହାଇଦରକୁ ଧରି ଚଂପଟ୍ ମାରିଥିଲେ। ଏଠି ପ୍ରଶ୍ନ, ମୌସିମ୍ କଣ ହାଇଦରର ସମ୍ପର୍କୀୟମାନଙ୍କୁ ପୂର୍ବରୁ ଚିହ୍ନିଥିଲେ? ଯଦି ଚିହ୍ନିଥିଲେ କାହା ଅନୁମତିରେ ସେମାନଙ୍କୁ ଭେଟିବାକୁ ଦେଉଥିଲେ? ତେଣେ ହାଇଦରକୁ ଜଗିବାକୁ ଆସି ପୋଲିସ କର୍ମଚାରୀ ହୋଟେଲରେ ରହିବା ଖବର ଓଟିଭିରେ ପ୍ରସାରଣ ପରେ ଗତରାତିରେ ଅହଲ୍ୟା ହୋଟେଲ୍ ଛାଡ଼ିଛନ୍ତି ସମସ୍ତ। ତେବେ ରହଣୀ ବାବଦ ଖର୍ଚ୍ଚ ବହନ କଲା କିଏ? ହାଇଦରର ଏସ୍କର୍ଟ ଭାବେ ଆସି କାହା ଅନୁମତିରେ ରହୁଥିଲେ ହୋଟେଲରେ? ଏ ସଂପର୍କରେ ଜେଲ୍ ବିଭାଗ କିମ୍ବା ସମ୍ବଲପୁର ଏସ୍.ପି ଖବର ରଖୁଥିଲେ କି ନାହିଁ, କେହି ମୁହଁ ଖୋଲିବାକୁ ନାରାଜ।

ତେଣେ ପୂର୍ବତନ ଜେଲ୍ ଅଧିକାରୀଙ୍କ କହିବା କଥା, ଅପରାଧୀକୁ ଛାଡ଼ି ହୋଟେଲରେ ରହିବା ଜେଲ୍ ମାନୁଆଲ୍ ଦୃଷ୍ଟିରୁ ବେଆଇନ। ପୂର୍ବତନ ଡିଜିପି ବିପିନ୍ ବିହାରୀ ମିଶ୍ର ବି ଅପହରଣ ପଛରେ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ କରିଛନ୍ତି। ତେବେ କେବେ ହାଇଦର ଧରିବ ତାହା ଦେଖିବାକୁ ବାକି ରହିଲା।

Gangster-hyders-escape-a-well-planned-conspiracy
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories