ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ହୋଟେଲ୍‌ ଛାଡ଼ିଲେ ୬ ପୋଲିସ୍ କର୍ମଚାରୀ‌

  • ବିଳମ୍ବିତ ରାତିରେ ହୋଟେଲ୍‌ ଛାଡ଼ିଲେ ୬ ପୋଲିସ୍ କର୍ମଚାରୀ
  • ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ଏହି ୬ ପୋଲିସ୍‌ କର୍ମଚାରୀ କଟକ ମଙ୍ଗଳବାଗ ସ୍ଥିତ ଏକ ହୋଟେଲ୍‌ରେ ରହୁଥିଲେ
  • ହାଇଦର ଫେରାର ଦିନ ହିଁ ଡ୍ୟୁଟି କରୁଥିବା ମହମ୍ମଦ ମୌସିମ ହୋଟେଲ ବୁକ୍ କରିଥିଲେ
  • ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ
  • ୧୭ ଦିନ ଧରି ଏସ୍‌ସିବିରେ ଚିକିତ୍ସାଧିନ ଅବସ୍ଥାରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ହାଇଦର

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ପୋଲିସ୍‌ କର୍ମଚାରୀ ହୋଟେଲ ଛାଡ଼ିଛନ୍ତି। ହାଇଦରକୁ ଜଗିଥିବା ଏହି ୬ ପୋଲିସ୍‌ କର୍ମଚାରୀ କଟକ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲ୍‌ରେ ରହୁଥିଲେ। ଗତକାଲି ଏନେଇ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଖବର ପ୍ରସାରଣ ପରେ ଗତକାଲି ବିଳମ୍ବିତ ରାତିରେ ୬ ପୋଲିସ୍‌ କର୍ମଚାରୀ ହୋଟେଲ୍‌ ଛାଡ଼ି ଥିବା ସୂଚନା ମିଳିଛି।

ହାଇଦର ଫେରାର ହେବା ଦିନ ହିଁ ଡ୍ୟୁଟି କରୁଥିବା ମହମ୍ମଦ ମୌସିମ ହୋଟେଲ ବୁକ୍ କରିଥିଲେ। ମାର୍ଚ୍ଚ ୨୩ ତାରିଖରେ ମୌସିମ ୨ଟି ରୁମ୍‌ ବୁକ୍ କରିଥିଲେ। ଏହାର ଦିନକ ପରେ ଗୋଟିଏ ରୁମ୍ ଛାଡ଼ିଥିଲେ ଓ ଗୋଟିଏ ରୁମ୍‌ରେ ରହୁଥିଲେ। ଗତକାଲି ଏନେଇ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଖବର ପ୍ରସାରଣ ପରେ ଗତ ରାତିରେ ୬ ଜଣ ପୋଲିସ୍‌ କର୍ମଚାରୀ ହୋଟେଲ ଛାଡ଼ିଛନ୍ତି।

ଅନ୍ୟପକ୍ଷେ, ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ପୋଲିସ୍ ରିମାଣ୍ଡରେ ନେଇଛି‌। କୋର୍ଟରେ ହାଜର ପରେ ୟାକୁବ‌କୁ ମଙ୍ଗଳାବାଗ ଥାନା ପୋଲିସ୍ ରିମାଣ୍ଡରେ ନେଇଛି। ଗତକାଲି ୟାକୁବକୁ କଟକ ସିଟି JMFC କୋର୍ଟରେ ହାଜର କରାଯାଇଥିଲା। ହାଇଦର ଫେରାର ଘଟଣାରେ ଅଧିକ ଖୋଳତାଡ଼ ପାଇଁ ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ପୋଲିସ୍‌ ଆବେଦନକୁ କୋର୍ଟ ଗ୍ରହଣ କରି ୟାକୁବକୁ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଏସ୍‌ସିବିରୁ ଚିକିତ୍ସାଧୀନ ଅବସ୍ଥାରେ କିଭଳି ଚମ୍ପଟ ମାରିଲା ହାଇଦର, ଏଥିରେ କେଉଁମାନେ ସଂପୃକ୍ତ, ସେନେଇ ପୋଲିସ ଖୋଳତାଡ଼ କରିବ।

୧୭ ଦିନ ଧରି ଏସ୍‌ସିବିରେ ଚିକିତ୍ସାଧିନ ଅବସ୍ଥାରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ହାଇଦର ଓ  ସେହି ଆଧାରରେ ଖସିଗଲା ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର। ମାର୍ଚ୍ଚ ୨୩ରେ ବୁର୍ଲାରୁ ଆସି ଏସ୍‌ସିବିରେ ଭର୍ତ୍ତି ହୋଇଥିଲା ହାଇଦର। ହାଇଦର ହିଁ ମାଗିଥିଲା କ୍ୟାବିନ। ଆଉ ଚିକିତ୍ସା କରୁଥିବା ଡାକ୍ତର ବି ସହଜରେ କରି ଦେଇଥିଲେ ସୁପାରିଶ। ଏମିତିକି ତତକ୍ଷଣାତ୍‌ କ୍ୟାବିନ୍ ଦେବାକୁ ମେଡ଼ିକାଲ ଅଧିକ୍ଷକ ବି ରାଜି ହେଲେ ବୋଲି ଏସସିବି ଇମରଜେନ୍ସି ଅଫିସର କହିଛନ୍ତି।

You might also like