ଆଜି କୋର୍ଟରେ ହାଜର ହେବେ ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସ

ସରିଲା ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସଙ୍କ ୩ ଦିନିଆ ରିମାଣ୍ଡ୍ ଅବଧି

ଭୁବନେଶ୍ୱର: ସରିଲା ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସଙ୍କ ୩ ଦିନିଆ ରିମାଣ୍ଡ୍ ଅବଧି। ଆଜି ସେମାନଙ୍କୁ କଟକ ଜେଏମ୍ଏଫସି କୋର୍ଟରେ ହାଜର କରିବ କମିଶନରେଟ୍ ପୋଲିସ। ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କୁ ପୋଲିସ ଆଉ ରିମାଣ୍ଡରେ ନେବାକୁ ଆବେଦନ କରିନପାରେ ବୋଲି ସୂଚନା ମିଳିଛି। ଗତକାଲି ଓ ଶୁକ୍ରବାର ସେମାନଙ୍କୁ ସାଥୀରେ ନେଇ କଟକ ସିଡିଏ ସ୍ଥିତ ବାସଭବନରେ ଖାନତଲାସି ଚଳାଇଥିଲା ପୋଲିସ। ଘର ସାରା ମିଳିଥିଲା ବହୁ ସିକ୍ରେଟ୍ ଚ୍ୟାମ୍ବର ତା ଭିତରୁ ୩ଟି 9 mm ପିସ୍ତଲ, ୧୭୫ ରାଉଣ୍ଡ ଗୁଳି ଏବଂ ସାଢ଼େ ୧୬ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି।

୨୦୧୬ ଜାନୁଆରୀରୁ ଗିରଫ ହୋଇ ସୁଶାନ୍ତ ବଲାଙ୍ଗିର ଓ ସୁଶୀଲ ବାଲେଶ୍ୱର ଜେଲରେ ଅଛନ୍ତି। ଦୁଇ ଭାଇଙ୍କୁ ଅଲଗା ଅଲଗା ଜେଲରେ ରଖି ସେମାନଙ୍କ ସାମ୍ରାଜ୍ୟ ଭାଙ୍ଗିବାକୁ ପୋଲିସ୍ ଚେଷ୍ଟା କରିଥିଲେ ବି ସେମାନେ କିନ୍ତୁ ଦି ପାଦ ଆଗକୁ ଯାଇ ଗ୍ୟାଙ୍ଗ ମେମ୍ବରଙ୍କ ଜରିଆରେ ସକ୍ରିୟ ଥିଲେ। ତେବେ ଜେଲ୍ ଭିତରୁ କେମିତି ଡି-ବ୍ରଦର୍ସ କ୍ରାଇମ୍ ସିଣ୍ଡିକେଟକୁ କଂଟ୍ରୋଲ୍ କରୁଥିଲେ, ତାକୁ ନେଇ ସନ୍ଦେହ ଉପୁଜିଛି।

ଧୀରେ ଧୀରେ ଗ୍ୟାଙ୍ଗଷ୍ଟାର୍ ଡି ବ୍ରଦର୍ସଙ୍କ ବନ୍ଧୁକ କାରବାରର ଗୁମର ଖୋଲୁଛି। ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଘରେ ପୋଲିସ ଯେତେଥର ଚଢ଼ାଉ କରୁଛି ସେତେଥର ଗୁଳି ବନ୍ଧୁକ ଜବତ ହେଉଛି। ଘରେ ଚଢାଉ କରି ଗୁଳିଗୁଳା ଜବତ କରିଥିଲା ପୋଲିସ।  ଧଳ ସାମନ୍ତଙ୍କ କଟକ ସିଡିଏ ସ୍ଥିତ ଘରକୁ ଯାଇ ପୋଲିସ୍ ସର୍ଚ୍ଚ ଅପରେସନ କରିଛି।  ଏଥିରେ କମିଶନରେଟ୍ ପୋଲିସ୍‌କୁ ପୁଣି ବନ୍ଧୁକ ଓ ଗୁଳି ମିଳିଛି।

ଛାତ ସିଲି୍ଂ ଭିତରୁ ୩ଟି ୯ ଏମ୍ଏମ୍ ପିସ୍ତଲ ମିଳିଥିବା ବେଳେ ୧୭୫ ରାଉଣ୍ଡ ଗୁଳି ଏବଂ   ୧୬.୫ ଲକ୍ଷ ଟଙ୍କା ପାଇଛି ପୋଲିସ। ବେଶ ଚାଲାକ୍‌ର ସହ ଛାତ ସିଲି୍ଂ କରି ଏସବୁ ହତିଆର୍‌କୁ ଲୁଚାଇ ରଖାଯାଇଥିଲା।  ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଗୁଳିଗୋଳା ଲୁଚାଇ ରଖାଯାଇଥିଲା। ପୋଲି ଜେରା କରିବା ବେଳେ ଡି ବ୍ରଦର୍ସ ଏନେଇ ମାନିଯାଇଥିଲେ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

ଏଥିସହିତ ସର୍ଚ୍ଚ ଅପରେସନ ଶେଷ ହୋଇଥିବା ସୂଚନା ଦେଇଛି ଡିସିପି। ଆଜି ଚଢ଼ାଉ ବେଳେ ଗୁଳି ଓ ବନ୍ଧୁକ ସହିତ ୫ଟି ମ୍ୟାଗଜିନ୍ ବି ଜବତ କରିଛି ପୋଲିସ ଏହାସହ ଲକ୍ଷ ଟଙ୍କା ଜବତ କରାଯାଇଛି। ଅପରାଧ ଦୁନିଆର ଏହି ଦୁଇ ଭାଇ ବାଲିଘାଟ, ମଦ ଦୋକାନରୁ ଲୋକ ଲଗାଇ ଦାଦାବଟି ଆଦାୟ କରୁଥିଲେ। ବଟି ଆଦାୟ ଏବଂ ଅସ୍ତ୍ରଶସ୍ତ୍ର ରଖିବା ନେଇ ତଦନ୍ତ ଚାଲୁ ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ବଡ଼ଭାଇ ସୁଶାନ୍ତ ଧଳସାମନ୍ତ ବଲାଙ୍ଗିର ଜେଲରେ ଓ ସାନ ଭାଇ ସୁଶିଲ ଧଳସାମନ୍ତ ବାଲେଶ୍ୱର ଜେଲ୍‌ରେ ଥିଲେ। ତେବେ ଜେଲ୍‌ରେ ଥାଇ ଅପରାଧ ନେଟଓ୍ୱର୍କ ଚଲାଇବା ଅଭିଯୋଗ ହୋଇଥିଲା। ଏହାପରେ ଡି ବ୍ରଦର୍ସଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ।

ସେପଟେ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ବସୁଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।  ଗୋଟିଏ ପଟେ ରାଜ୍ୟରେ ଅପରାଧ ବଢି ବଢି ଚାଲିଛି। ତେଣୁ ଆଜିର ବୈଠକ ଉପରେ ସମସ୍ତଙ୍କ ଫୋକସ ରହିବା ନେଇ ଚର୍ଚ୍ଚା ରହିଛି। ବର୍ତ୍ତମାନ ସମୟରେ ରାଜ୍ୟରେ ଯେପରି ଭାବରେ ପିଲା ଗାଏବ ଘଟଣା ବଢିବାରେ ଲାଗିଛି ତାହାକୁ ନେଇ ପୋଲିସ ଚିନ୍ତାରେ ରହିଛି। କାରଣ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହୁଛନ୍ତି। ତେଣୁ ଏହି ବୈଠକ ଉପରେ ନଜର ରହିଛି।

You might also like