କାମ ଦେବା ବାହାନାରେ ଡାକି ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଆକ୍ରମଣ

ବାଙ୍କୀ: କାମ ଦେବା ବାହାନାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଆକ୍ରମଣ ହୋଇଛି। ଏଭଳି ଅଭିଯୋଗ ଆସିଛି କଟକ ବାଙ୍କୀ ଥାନା ଅଞ୍ଚଳରୁ। ଯୁବତୀ ଜଣକ କଟକ ବଡ଼ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୁଇ ଗୋଡ଼ ଭାଙ୍ଗିଛି।

ଅଭିଯୋଗ ଅନୁଯାୟୀ, ଦୁଇ ମାସ ତଳେ ଯୁବତୀ ଜଣଙ୍କୁ ତାଙ୍କ ସମ୍ପର୍କୀୟ ଭଉଣୀ ବାଲେଶ୍ୱରକୁ ଲୁଗା ସିଲେଇ କାମ ପାଇଁ ଡାକିନେଇଥିଲେ। ଏହାପରେ ଲକଡାଉନର ଆଳ ଦେଖାଇ ତାଙ୍କୁ ଏକ ହୋଟେଲରେ ରଖିଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ସେଠାରୁ ସେ ଖସି ଆସିବାକୁ ଚେଷ୍ଟା କରୁଥିବା ବେଳେ ଛାତ ଉପରୁ ତଳକୁ ଠେଲି ଦେବାରୁ ଦୁଇ ଗୋଡ଼ ଭାଙ୍ଗି ଯାଇଛି।

ଜଣେ ସମ୍ପର୍କୀୟ ଭାଇ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରି ପଳାଇଯାଇଛନ୍ତି। କିଛି ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କ ଚିକିତ୍ସା ଚାଲିଛି। ବାଙ୍କୀ ଥାନାରେ ଗତ ୨୯ରୁ ଏତଲା ଦିଆଯାଇଥିଲେ ମଧ୍ୟ ଏଯାଁଏ କେହି ଅଭିଯୁକ୍ତ ଗିରଫ ହୋଇନାହାନ୍ତି।

ସମ୍ପୃକ୍ତ ଯୁବତୀଙ୍କର ଏପର୍ଯ୍ୟନ୍ତ ଡାକ୍ତରୀ ମାଇନା ହୋଇନଥିବା ସୂଚନା ମିଳିଛି।  ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। ସେପଟେ ମେଡିକାଲେ ଯାଇ ପୀଡିତାଙ୍କୁ ଭେଟିଛନ୍ତି ଭିନ୍ନକ୍ଷମ କମିଶନର ସୁଲଚନା ଦାସ।

You might also like