ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଛି। ରାତିରେ ଶୋଇଥିବାବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁରେ।  ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ସେ ଗାଁ ଶ୍ମଶାନରୁ ହାଡ଼ ଆଣି ଗୁଣିଗାରେଡ଼ି କରୁଥିବା ଅଭିଯୋଗ ହୋଇଥିଲା।

ଏନେଇ ପୂର୍ବରୁ ମଧ୍ୟ ଗାଁରେ ବିବାଦ ଲାଗିରହିଥିଲା। ଗତକାଲି ରାତିରେ ଗାଁର ୭ଜଣ ବ୍ୟକ୍ତିଙ୍କ ସହ ଦୀନବନ୍ଧୁ ମଦ ପିଇଥିଲେ। ପରେ ସେ ଘରେ ଶୋଇଥିବା ସମୟରେ ୭ଜଣ ବ୍ୟକ୍ତି ତାଙ୍କ ଘରର କବାଟ ଭାଙ୍ଗି ଟାଙ୍ଗିଆ ଓ ଠେଙ୍ଗାରେ ଦୀନବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୭ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

You might also like