ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ

ଖୋର୍ଦ୍ଧା: କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛି ତ ଅାଉ କିଏ ଖଡ଼ି ରଙ୍ଗ। ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ। ଅାଗକୁ ଗଣେଶ ପୂଜା ଅାସୁଥିବା ବେଳେ ଖୋର୍ଦ୍ଧା ଜଟଣୀ କୁଦିଅାରି ବଜାରରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି। ଚଳିତ ବର୍ଷ ମୁଖ୍ୟ ଅାକର୍ଷଣ ରହିବ ବାଲ୍ ଗଣେଶଙ୍କ ଠାରୁ ଅାରମ୍ଭ କରି ବାହୁବଲି ଏବଂ ନାଗା ବେଶଧାରୀ ଗଣେଶ ମେଢ଼। ଲଘୁଚାପ ବର୍ଷା ମୂର୍ତ୍ତି ତିଅାରିରେ ସମାନ୍ୟ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ନିଜନିଜ କାମରେ ବ୍ୟସ୍ତ କାରିଗର।

ଚଳିତ ବର୍ଷ ସହରର ପ୍ରାୟ ୨୦୦ ପୂଜା ମଣ୍ଡପରେ ପୂଜା ପାଇବେ ଗଜାନନ। ଏଥିପାଇଁ ବିଭିନ୍ନ ଛକରେ ତୋରଣ ବନ୍ଧା କାର୍ଯ୍ୟ ମଧ୍ୟ ଅାରମ୍ଭ ହୋଇଗଲାଣି। ଜଟଣୀ ଗଣେଶ ପୂଜାର ବିଶେଷତ୍ୱ ହେଉଛି, ଏଠାରେ ମୂର୍ତ୍ତିରେ କେମିକାଲ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ। ତେବେ ବର୍ଷା ଯୋଗଁ ମୂର୍ତ୍ତି ଶୁଖିବାରେ ବିଳମ୍ବ ହେଉଥିବା କାରିଗର କହିଛନ୍ତି। ଚଳିତ ବର୍ଷ ପାଗ ଭଲ ରହିଲେ ଜଟଣୀରେ ପୂଜା ବେଶ୍‌ ଜମିବ ବୋଲି ଆଶା ରହିଛି।

You might also like