ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର : ଭିନ୍ନ ଭିନ୍ନ ଆକାର, ଭିନ୍ନ ଭିନ୍ନ ଭଙ୍ଗୀ। କେଉଁଠି ବିନାୟକଙ୍କ କମନୀୟ ରୂପକାନ୍ତି ତ ଆଉ କେଉଁଠି ଆଖି ଝଲସା ଆଭୂଷଣରେ ଝଟକୁଛନ୍ତି ଗଜାନନ।

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟଙ୍କ ପୂଜା ଆରାଧନା ଲାଗି ଏମିତି କୋଳାହଳମୟ ପରିବେଶ ସୃଷ୍ଟି ହୋଇଛି। ଖୋର୍ଦ୍ଧା ଜଟଣୀ ସହରରେ ଏ ବର୍ଷ ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ଶୋଭା ପାଉଛନ୍ତି ବିଘ୍ନରାଜ।

ଶିଳ୍ପ ନଗରୀ ତାଳଚେରରେ ବି ଉତ୍ସବ ମୁଖର ପରିବେଶ। ଗଣପତିଙ୍କ ଭଳିକି ଭଳି ମୂର୍ତ୍ତି ଆଉ ରଙ୍ଗୀନ ସାଜସଜ୍ଜାକୁ ନେଇ ଚମକୁଛି ପୁରା ସହର। ତାଳଚେରରେ ପ୍ରାୟ ୬୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଗଣେଶ। କିଛି ସ୍ଥାନରେ ଭାରତ-ପାକିସ୍ତାନ ତିକ୍ତତା ପ୍ରସଙ୍ଗକୁ ବି ପୂଜା ମଣ୍ଡପରେ ସ୍ଥାନ ଦେଇଛନ୍ତି ଆୟୋଜକ।

ଏପଟେ ରାଜଧାନୀ ଭୁବନେଶ୍ୱର, ରୌପ୍ୟନଗରୀ କଟକ ଓ ଷ୍ଟିଲ ସିଟି ରାଉରକେଲା ସହ ରାଜ୍ୟ ଅନ୍ୟ ପ୍ରମୁଖ ଅଞ୍ଚଳରେ ବି ବର୍ଣ୍ଣାଢ଼୍ୟ ଆୟୋଜନ ହୋଇଛି।

ଗଣେଶ ପୂଜା ପାଇଁ ବେଶ୍ ଚଳଚଞ୍ଚଳ ମୁମ୍ବାଇ ସହର। ପ୍ରତି ବର୍ଷ ଭଳି ଏ ବର୍ଷ ବି ମାୟାନଗରୀରରେ ହୋଇଛି ଭବ୍ୟ ଆୟୋଜନ। ଲାଲବାଗ୍-କା-ରାଜା ପୂଜା ପେଣ୍ଡାଲରେ ମହାକାଶର ପରିକଳ୍ପନା କରାଯାଇଛି। ଚନ୍ଦ୍ରଯାନ-ଟୁ ମିଶନ୍ ପ୍ରତିଫଳିତ ହୋଇଛି ପୂଜା ମଣ୍ଡପରେ।

ମାତୁଙ୍ଗାରେ ପୂଜା ପାଉଛନ୍ତି ସବୁଠୁ ଦାମୀ ଗଣେଶ। ପ୍ରାୟ ୬୬ କିଲୋ ସୁନା ଓ ଚାନ୍ଦିରେ ଛାଉଣୀ ହୋଇଛି ଗଜାନନଙ୍କ ପ୍ରତିମୂର୍ତ୍ତି। ଏ ପୂଜା ପେଣ୍ଡାଲ ଲାଗି ହୋଇଛି ୨୬୬ କୋଟି ଟଙ୍କାର ବୀମା। ଏଣେ ଚେନ୍ନାଇ ସହରରେ ବି ଦେଖିବାକୁ ମିଳିଛି ନିଆରା ମୂର୍ତ୍ତି ପୂଜା। ପେଣ୍ଡାଲରେ ସ୍ଥାନ ପାଇଛନ୍ତି ରୁଦ୍ରାକ୍ଷ, ଶଙ୍ଖ ଏବଂ ଘି କୁଆଁରି ଓ ମକାରେ ପ୍ରସ୍ତୁତ ଗଣେଶ ମୂର୍ତ୍ତି।

ଏପଟେ ଗଣେଶ ଚତୁର୍ଥୀରେ ଗଣପତିଙ୍କ କୃପାଲାଭ ପାଇଁ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିଜ ନିଜ ବାସଭବନରେ ପୂଜା ଆୟୋଜନ କରିଛନ୍ତି।

ବିଦ୍ୟାଦାତା ଗଣେଶଙ୍କ ପୂଜା ଆରାଧନା ଲାଗି ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଥିଲା ଭକ୍ତିମୟ ପରିବେଶ। ବିଭିନ୍ନ ସ୍କୁଲ, କଲେଜ୍ ସହ ଅନ୍ୟାନ୍ୟ ଅନୁଷ୍ଠାନରେ ଗଣପତିଙ୍କୁ ଆବାହନ କରିଛନ୍ତି ଛାତ୍ରଛାତ୍ରୀ।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like