ହାତରେ ଥାଳି ଧରି ବାତ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟ ମାଗିଲେ ଏସ୍‌ପି

ପାରଳାଖେମୁଣ୍ଡି: ବାତ୍ୟା ‘ଫୋନି’ ତାଣ୍ଡବ ରଚିବାର ୬ ଦିନ ବିତିଗଲାଣି। ହେଲେ ବିପନ୍ନଙ୍କ କଷ୍ଟ ଟିକିଏ ଲାଘବ ହୋଇନାହିଁ । କେଉଁଠି କିଟିକିଟି ଅନ୍ଧାରରେ ଲୋକେ ରାତି କାଟୁଛନ୍ତି ତ ପୁଣି କେଉଁଟି ବୁନ୍ଦେ ପାଣି ପାଇଁ ହାହାକାର। ଏଭଳି ସ୍ଥିତିରେ ଗଜପତି ଏସ୍‌ପି ଏକ ନିଆରା ଢଙ୍ଗରେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି।

ହାତରେ ଥାଳି ଧରି ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଲୋକଙ୍କୁ ସହାଯ୍ୟ ମାଗୁଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ବି ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କଠୁ ସହାୟତା ରାଶି ସଂଗ୍ରହ କରୁଛନ୍ତିା

ଏଥିରେ ପ୍ରଥମ ଦିନ ଏକ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିଲା। ଏପରି ଭାବେ  ୧୦ ତାରିଖ ଯାଏ ଜିଲ୍ଲା ପୁଲିସ୍ ପାଣ୍ଠି ସଂଗ୍ରହ କରିବ। ଖାଲି ଏତିକି ନୁହଁ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ଦିନକର ଦରମା ମଧ୍ୟ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ଗଜପତି ଜିଲ୍ଲପାଳ ଅନୁପମ ଶାହା ମଧ୍ୟ ରିଲିଫ୍ ପାଣ୍ଠି ସଂଗ୍ରହ କରିବାକୁ ନିବେଦନ କରିଛନ୍ତିା ଜିଲ୍ଲାପାଳ ନିଜେ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତିା ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ଫୋନି ପ୍ରପୀଡ଼ିତଙ୍କ ପାଇଁ ସହାୟତା ଯୋଗାଡ଼ କରିବାକୁ ଲାଗି ପଡ଼ିଛନ୍ତି। ଜିଲ୍ଲାର ପ୍ରତି ବ୍ଲକ ଏବଂ ପୌରାଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲା ରହିଛି। ଯେ କୌଣସି ବ୍ୟକ୍ତି ଚାହିଁଲେ ବାତ୍ୟା ବିପନ୍ନଙ୍କ ପାଇଁ ଦାନ କରିପାରିବେ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like