କରୋନା ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ କାନ୍ଦି ପକାଇଲେ ତହସିଲଦାର

ଗଜପତି: ଲୋକଙ୍କୁ କରୋନା ସଂପର୍କରେ ସଚେତନ କରୁକରୁ କାନ୍ଦି ପକାଇଲେ ତହସିଲଦାର। ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଲୋକମାନେ କରୋନା କଟକଣା ମାନୁ ନଥିବାରୁ ସେ କୋହଭରା କଣ୍ଠରେ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।

ମୋହନାରେ ୩ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ଲକ୍ ମୁଖ୍ୟାଳୟକୁ ୪ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଛି। ମୋହନା ମୁଖ୍ୟ ବଜାର ସହ ସମସ୍ତ ସାହିରେ ମଙ୍ଗଳବାର ସକାଳ ୮ଟା ଯାଏଁ ସଟ୍‌ଡାଉନ କଟକଣା ବଳବତ୍ତର ରହିବ।

 

You might also like