୩୫ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଜଗପତି

ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିାର ଜଗପତି କାର୍ଜି ଓଡ଼ିଶା ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ୟମରେ ୩୫ ବର୍ଷ ପରେ ସେ ଗତକାଲି ରାତିରେ ଓଡ଼ିଶା ବାହୁଡ଼ିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର ଜଗପତିଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିଲେ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର ଜଗପତି କାର୍ଜି କାମଧନ୍ଧା ଅଭାବରୁ ଗତ ୩୫ ବର୍ଷ ତଳେ ଅରୁଣାଚଳ ପ୍ରଦେଶକୁ ଚାଲି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ସେ କାମ କରୁଥିଲେ। ସମୟ କ୍ରମେ ବୟସ୍କ ହୋଇଯିବା ସହ ଦେହରେ ବଳ କମିବା ପରେ ଆଉ କାମଧନ୍ଧା କରିପାରୁନଥିଲେ ଜଗପତି।

ଫଳରେ ରୋଜଗାର କରିନପାରି ଅରୁଣାଚଳପ୍ରଦେଶର ଏକ ଜଙ୍ଗଲକୁ ଚାଲିଯିବା ସହ ସେଠାରୁ ସଂଗୃହିତ ଫଳମୂଳ ଖାଇ ବଞ୍ଚୁଥିଲେ। କିଛିଦିନ ତଳେ ଏହାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଭିଡିଓରୁ ଜଗପତିଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କୁ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଥିଲା। ଏ ନେଇ କିଛି ଲୋକ  ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ପ୍ରଶାସନ ମଧ୍ୟ ଉଦ୍ୟମ କରିଥିଲା।  ଗଜପତିର ତତ୍କାଳୀନ ଏସ୍.ପି ସାରା ଶର୍ମା ତାଙ୍କୁ ଫେରାଇ ଆଣିବାର ସୂତ୍ରଧର ସାଜିଥିଲେ।

ତେବେ ସୁଦୂର ଅରୁଣାଚଳ ପ୍ରଦେଶରୁ ଜଗପତିଙ୍କୁ ଫେରାଇ ଆଣିବା ଏତେ ସହଜ ନ ଥିଲା।  କୋଲକାତାରେ ସଟଡାଉନ ପାଇଁ ଫସିବା ଏବଂ ପରେ ବ୍ରହ୍ମପୁର ଠାରେ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିବା ପରେ ଗତକାଲି ରାତିରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like