ଓଡ଼ିଶାର ଏହି ଜିଲ୍ଲାରେ ବଢ଼ିଲା କ୍ୱାରେଣ୍ଟିନ୍‌ ଅବଧି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କ୍ୱାରେଣ୍ଟିନ୍‌ ଅବଧି ୨୧ ଦିନକୁ ବୃଦ୍ଧି କରାଯାଇଛି। ୧୪ ଦିନିଆ କ୍ୱାରେଣ୍ଟିନ୍‌ ପରେ ପଜିଟିଭ ବାହାରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁସାରେ, ଯେଉଁ ପ୍ରବାସୀମାନେ ଗଜପତି ଜିଲ୍ଲାକୁ ଫେରିବେ ସେମାନେ ୨୧ ଦିନ ଯାଏ TMCରେ ରହିବା ବାଧ୍ୟତାମୂଳକ।  TMCରେ ଥାଇ ଟେଷ୍ଟ ନେଗେଟିଭ ଆସିଲେ ବି ପୂରା ସମୟ ଅର୍ଥାତ୍‌ ୨୧ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଲକ୍ଷଣ ନ ଥିଲେ ୨୧ ଦିନ ପରେ ହଜାରେ ଟଙ୍କା ନେଇ TMC ଛାଡ଼ିବେ।

୨୧ ଦିନ ପରେ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ହୋମ୍‌ କ୍ୱାରେଣ୍ଟିନ୍‌ ଶେଷ ହେବା ପରେ ଆଉ ହଜାରେ ଟଙ୍କା ପାଇବେ।

You might also like