ଗଜପତିବାସୀଙ୍କୁ ଗଞ୍ଜାମ, ଶ୍ରୀକାକୁଲମ ଯିବାକୁ ବାରଣ

ଗଜପତି: ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଗଞ୍ଜାମରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି।

ତେଣୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବାରଣ କରିଛନ୍ତି। ଏଥିସହ ଗଞ୍ଜାମ, ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନି। ଏମିତିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ଯିବାକୁ ମନା କରାଯାଇଛି। ଦୈନିକ ଯାଇ ପୁଣି ଘରକୁ ଫେରୁଥିବା ଲୋକଙ୍କୁ ମଧ୍ୟ ଯିବାକୁ ବାରଣ କରାଯାଇଛି।

ତେବେ ଏହି ୨ ଜିଲ୍ଲାକୁ ମାଲ୍‌ ପରିବହନ ଓ ଆମ୍ବୁଲାନ୍ସ ଆଦି ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଗଞ୍ଜାମରେ ଚିନ୍ତା ବଢ଼ାଇଲା କରୋନା, ନେଲା ଆଉ ୪ ମୁଣ୍ଡ

You might also like