ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ହତ୍ୟା କରି ମୃତ ଦେହକୁ ଗଛରେ ଟାଙ୍ଗିଲେ ଦୁର୍ବୃତ୍ତ

ମୋହନା : ଗଜପତି ଜିଲ୍ଲା ମୋହନାରେ ଅଭାବନୀୟ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ଆଜି ମୋହନା ରଣ୍ଡବା ପାତ୍ରବସା ଛକ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଗତ ଡିସେମ୍ବର ୧୦ ତାରିଖରୁ ନିଖୋଜ ଥିଲେ ସଂପୃକ୍ତ ଛାତ୍ରୀ ଜଣକ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଅଭିଯୋଗ ପରେ ମଧ୍ୟ ଝିଅକୁ ଖୋଜିବାରେ ପୁଲିସ ବିଫଳ ହୋଇଥିଲା। ତେବେ ନିଖୋଜ ହେବାର ୨୩ ଦିନ ପରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରି କେହି ଝୁଲାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

You might also like