ଆଲୋକୀକରଣ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ମାଧ୍ୟମରେ ଆଲୋଅ ବ୍ୟବସ୍ଥା : ଗଜପତି ମୋହନା ପଦ୍ମ ସାଗର ହ୍ରଦରେ ମାଇକ୍ରୋ ଟରବାଇନ ସ୍ଥାପନ

ମୋହନା(ମିହିର ଜତି): ଜଳରୁ ବିଦ୍ୟୁତ ଉତ୍ପାଦନ କରି ଆଲୋକୀକରଣ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । ଏବେ ନଦୀ, ନାଳ ହେଉ ଅବା ପୋଖରୀ, ଯେଉଁଠି ଜଳ ଉତ୍ସ ରହିଛି ସେଠାରୁ ସହଜରେ ବିଦ୍ୟୁତ ଉତ୍ପାଦନ କରି ବିନା ଖର୍ଚ୍ଚରେ ବିଦ୍ୟୁତ ବିନିଯୋଗ କରିହେବ । ଏଭଳି ଏକ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହୋଇଛି ମୋହନାର ଜିରାଙ୍ଗ ବୌଦ୍ଧ ମନ୍ଦିରରେ । ତେବେ ଏନେଇ ସ୍ଥାନୀୟ ଲୋକେ ଖୁବ୍ ଖୁସି ।

ଗଜପତି ଜିଲ୍ଲା ମୋହନା ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ଦକ୍ଷିଣ ଏସିଆର ଏହି ପର୍ଯ୍ୟଟନ ସ୍ଥଳ ବୁଲିବାକୁ କାହିଁ କେଉଁ ଆଡୁ ଧାଇଁ ଆସନ୍ତି ଲୋକେ । ଏହି ମନ୍ଦିର ନିକଟରେ ରହିଛି ପଦ୍ମ ସାଗର ହ୍ରଦ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ସେହି ହ୍ରଦର ପାଣିକୁ ସରଂକ୍ଷଣ କରି ସେଥିରୁ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ହ୍ରଦ ନିକଟରେ ଏକ ମାଇକ୍ରୋ ଟର୍ବାଇନ ସ୍ଥାପନ କରାଯାଇଛି । ପାଇପରୁ ପାଣି ଆସି ଟରବାଇନରେ ପଡିବା ପରେ ସେଠାରେ ଏକ କିଲୋ ଓ୍ୱାଟର ଜଳ ବିଦ୍ୟୁତ ଉତ୍ପାଦନ ହେଉଛି । ପ୍ରଥମ ପର୍ଯ୍ୟାୟରେ ଏହି ଟରବାଇନରେ ୭ ଶହ ଓ୍ୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଏହା ମାଧ୍ୟମରେ ମନ୍ଦିର ଚର୍ତୁଃପାଶ୍ୱ , ପାର୍କରେ ଆଲୋକୀକରଣ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ଥର ପାଇଁ ଜିଲ୍ଲାରେ ଏଭଳି ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ମାଧ୍ୟମରେ ଆଲୋକିକରଣ ପାଇଁ ବ୍ୟବସ୍ଥା କରାଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତିି ଲାମା ଗୁରୁଜି । ଜିଲ୍ଳାରେ ଖସଡା, ମାଙ୍କଡଡିଆଁ ଓ ଗଣ୍ଡାହାତି ଭଳି ବହୁ ଜଳପ୍ରପାତ ସମେତ ବିଭିନ୍ନ ସ୍ଥାନରେ ଜଳଉତ୍ସ ରହିଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ, ସେହି ସବୁ ସ୍ଥାନରେ ମଧ୍ୟ ଜଳ ବିଦ୍ୟୁତ ଉତ୍ପାଦନ ହୋଇପାରିବ ବୋଲି ଜଳସେଚନ ପ୍ରକଳ୍ପ ନିର୍ବାହି ଯନ୍ତ୍ରୀ କହିଛନ୍ତି ।

 

 

 

You might also like