• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ପରିବେଶ। ପୂଜା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳରେ ଝଲସୁଛି ପୂଜାପେଣ୍ଡାଲ୍‌।

ମା’ଙ୍କ ପୂଜା ପାଇଁ ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀ ପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ସେଠାରେ ପ୍ରାୟ ୨୫୦ରୁ ଅଧିକ ପେଣ୍ଡାଲ୍‌ରେ ପୂଜାର ଆୟୋଜନ କରାଇଛି।

୧୧ ଦିନ ଧରି ଚାଲିବ ମାଆଙ୍କ ପୂଜାର୍ଚ୍ଚନା। ଗଜଲକ୍ଷ୍ମୀଙ୍କ ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଓ୍ୱାନ୍‌ ୱେ ଟ୍ରାଫିକ୍ ବ୍ୟବସ୍ଥା ସହ ସହରରେ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ସେହିପରି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ଧୁମ୍‌ଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି। ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଚଳିତ ବର୍ଷ କେନ୍ଦ୍ରାପଡ଼ାରେ ୬୧ଟି ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ।

ଦୁହୁରିଆ, ଲ’ କଲେଜ ଛକ, ତିନିମୁହାଁଣୀ, ନୂଆ ବସ୍‌ଷ୍ଟାଣ୍ଡ୍, ପୁରୁଣା ବସ୍‌ଷ୍ଟାଣ୍ଡ୍‌, କାକଟ, ମଢ଼ିଆଳ ଓ ଶାନ୍ତି ସାହି ମଣ୍ଡପରେ ବେଶ ଜାକଜମକର ସହ ପୂଜାର ଆୟୋଜନ କରାଯାଉଛି।

ଭକ୍ତଙ୍କ ପ୍ରବଳ ସମାଗମ ସମ୍ଭାବନାରୁ ପ୍ରମୁଖ ଛକଗୁଡ଼ିକରେ ଓ୍ୱାଚ୍ ଟାଓ୍ୱାର୍‌ ସହ କ୍ଲୋଜ୍ ସର୍କିଟ୍ କ୍ୟାମେରା ଲଗାଇବାକୁ ବ୍ୟବସ୍ଥା କରାଯାଇଛି।

Gajalaxmi-puja-begin-today-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories