ଆଠଗଡ଼: ବଡ଼ ଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା। ରାତି ୧ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ଏବଂ ଘର୍ଷଣ ଆଦି ନୀତିକାନ୍ତି ସମ୍ପନ୍ନ ହେବାପରେ ରାତି ୩ଟାରେ ବାବା ଧବଳେଶ୍ୱରଙ୍କ ଠାରେ ଗଜଭୋଗ ଲାଗି ହୋଇଥିଲା।

କରୋନା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ ଗଜଭୋଗ ବିତରଣ ବନ୍ଦ ରହିଛି।

ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

Other Stories