କାଲିଠୁ ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମ ଛୁଟି ଆରମ୍ଭ

କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମଛୁଟି

  • କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମଛୁଟି
  • ଆସନ୍ତାକାଲି ୫ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନର ଖରା ଛୁଟି
  • ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା
  • ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି
  • ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି

ଭୁବନେଶ୍ୱର: କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମଛୁଟି ଆରମ୍ଭ ହେଉଛି। ଆସନ୍ତାକାଲି ୫ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନର ଖରା ଛୁଟି ହେବ ବୋଲି ସୂଚନା ମିଳିଛି। ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି କରାଯାଇଛି। ସବୁ ସରକାରୀ ଓ ବେସରକାରୀ ଡିିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ଚିଠି ହୋଇଥିବା ନେଇ ସୂଚନା ମିଳିଛି। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଖରା ଛୁଟି ସମ୍ପର୍କରେ ଚିଠି କରିଛନ୍ତି। ତେବେ ଖରା ଛୁଟି ଅବଧିରେ ଅନଲାଇନ କ୍ଲାସ/ପରୀକ୍ଷା କରାଯିବାକୁ ମନା ହୋଇଛି।

 

You might also like