• କାଲିଠୁ ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ
  • ମାର୍ଚ୍ଚ ୩୧ରେ ପାସ୍ ହେବ ବ୍ୟୟମଂଜୁରୀ ବିଲ୍
  • ଏପ୍ରିଲ ୯ ଯାଏ ଚାଲିବ ଅଧିବେଶନ
  • ରଣନୀତି ସହ ପ୍ରସ୍ତୁତ ୩ ପ୍ରମୁଖ ପାର୍ଟି

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ସତ୍ର। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ। ବିଶେଷକରି ଏହି ଅଧିବେଶନରେ ଜଙ୍ଗଲ ନିଆଁ, ମଣ୍ଡି ସମସ୍ୟା, ଟୋକନ ନମିଳିବା, ଧାନର ଅଭାବୀ ବିକ୍ରି, ଆଇନ ଶୃଙ୍ଖଳା ସ୍ଥିତି, କୋଟିଆ ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ତିଆରି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ଦଳ।

ସେପେଟ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ରହିଛି ସରକାରୀ ଦଳ। ଏପ୍ରିଲ ୯ ତାରିଖ ଯାଏଁ ଚାଲିବାକୁ ଥିବା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହ ପାରିତ ହେବ। ସେହିଭଳି ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ ପାସ କରିବାକୁ ଦିନ ଧାର୍ଯ୍ୟ ହୋଇଛି।

Other Stories