ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ

ସମ୍ବଲପୁରରେ ହେବ ଆଉ ଏକ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି। ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏଭଳି ଅଭିଯାନ ନେଇ ବିଏମସି ଜେଡିସି ଅଶୁଂମାନ ରଥ ସୂଚନା ଦେଇଛନ୍ତି। ଏପଟେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କ ପାଇଁ ଟିକାର ଅଭାବ ନାହିଁ। ୧୮ରୁ ୪୪ ବର୍ଷର ବୟସର ଲୋକଙ୍କୁ ଶୀଘ୍ର ଟିକା ଦିଆଯିବା ନେଇ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ବିଏମସି କମିଶନର।

ସେପଟେ, ସମ୍ବଲପୁରରେ ହେବ ଆଉ ଏକ କୋଭିଡ୍ ହସ୍ପିଟାଲ। ସମ୍ବଲପୁରରେ କୋଭିଡ୍ ହସ୍ପିଟାଲ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସମ୍ବଲପୁର ଟାଉନରେ ଶୀଘ୍ର ଆଉ ଗୋଟେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ସମ୍ବଲପୁର ସିଡିଏମଓ ଓ ଜିଲ୍ଲାପାଳଙ୍କୁ ନେଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଜିଲ୍ଲା ପ୍ରଶାସନର ଏହି ବୈଠକରେ ସିଡିଏମଓ, ଏସ୍ପି ଓ କୋଭିଡ୍ ହସ୍ପିଟାଲର ନୋଡାଲ ଅଧତ୍କାରୀ ମଧ୍ୟ ଉପସ୍ଥିତ ଥିଲେ।

ତେବେ ଆଜି ରାଜ୍ୟରେ, ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି  ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ ମୃତ୍ୟୁ ସଂଖ୍ୟା ଆଜି ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୫ ଜଣଙ୍କର ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧତ୍କ ୫ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଦେବଗଡ଼, ଗଜପତି, ଗଞ୍ଜାମ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି।

ତେଣୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟି ରଖି ରାଜ୍ୟ ସରକାର ପୁଣି ଥରେ ୧୬ ଦିନ ପାଇଁ ଲକ ଡାଉନ ଅବଧି ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଲକଡାଉନ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ । ଏଥିସହ ସପ୍ତାହାନ୍ତ ସଟଡାଉନ୍ କଟକଣା ମଧ୍ୟ ଆଗଭଳି ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

You might also like