ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଜାତୀୟ ଖାଦ୍ୟ ସୁରକ୍ଷା ଅାଇନରୁ ବାଦ୍‌ ପଡିଥିବା ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୯୦ ପ୍ରତିଶତ ଲକ୍ଷ୍ୟ ପୂରଣରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ଥିବା ବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର ଜିଲ୍ଲା।

୧୪ ଟି ବ୍ଳକ ଓ ୫ଟି ମ୍ୟୁନସିପାଲିଟି-ଏନ୍.ଏ.ସିରେ ୯୬ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି।  ରାଜ୍ୟରେ ୩୧୪ ଟି ବ୍ଳକ ଓ ସହରାଚଂଳରେ ଯୋଜନା ଲାଗୁ ହେବ। ଚାରିଟି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଉତ୍ସବ ଅାୟୋଜନ କରି ଯୋଜନାର ଶୁଭ ଉଦଘାଟନ କରାଯିବ।

ବାଲେଶ୍ୱର, ମୟୂରଭଂଜ, ସୁନ୍ଦରଗଡ ଓ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଉତ୍ସବ ଅାୟୋଜିତ ହେବ।  ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ଉଦଘାଟନୀ ଉତ୍ସବ ଅାୟୋଜନ ହେବ ।

You might also like