ଇନ୍ଦ୍ରାବତୀ ପ୍ରକଳ୍ପରୁ ଆଜିଠୁ ବିଜୁଳି ପାଇବେ କଳାହାଣ୍ଡିବାସୀ

ଇନ୍ଦ୍ରାବତୀ: ଦୀର୍ଘ ଦୁଇ ଦଶନ୍ଧିର ପ୍ରତୀକ୍ଷା ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ଆଲୋକ ପାଇଛନ୍ତି କଳାହାଣ୍ଡିବାସୀ । ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ ହୋଇଛି । ଏହାଦ୍ୱାର ୩୦ ହଜାର ଲୋକ ଉପକୃତ ହୋଇଛନ୍ତି।  ଏହାପରେ ସ୍ଥାନୀୟ ଅଞ୍ଚଳରେ ପାଓ୍ୱାର କଟ ସମସ୍ୟା ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ଏକ ବର୍ଷ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଏହି ପ୍ରକଳ୍ପରୁ ବିଜୁଳି ସଂଯୋଗ କରାଯିବ । ୧୯୯୯ ମସିହାରେ ଇନ୍ଦ୍ରାବତୀ ବହୁମୂଖୀ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏଠାରୁ ଦୈନିକ ୨ଶହରୁ ୨୫୦ ମେଗାଓ୍ୱାଟ ବିଜୁଳି ଉତ୍ପାଦନ ହେଉଛି ।

ଆଜିର କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗଦେଇ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିର ବିକାଶ ହୋଇଛି। ତେବେ ଦକ୍ଷିଣ କେନାଲ ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

You might also like