ଆଜିଠୁ ବିଜେଡି ଆରମ୍ଭ କରିବ ‘ଘରେ ଘରେ ଶଙ୍ଖ ଅଭିଯାନ’

ଭୁବନେଶ୍ୱର :  ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ସେପଟେ ଆଜିଠୁ ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ।

ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ଏହି ଅଭଯାନ ଆରମ୍ଭ କରିବ ଦଳ। ୧୯ ବର୍ଷ କ୍ଷମତାରେ ରହିବାପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ଦଳ।

ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। ପୂର୍ବରୁ କଂଗ୍ରେସ ଓ ବିଜେପି ବି ତୃଣମୂଳ ସ୍ତରରୁ ମତାମତ ନେଇ ଇସ୍ତାହାର ପ୍ରସ୍ତୁତିରେ ଲାଗିଛନ୍ତି, ଠିକ୍ ସେହି ଫର୍ମୁଲା ଆପଣାଇଛି ବିଜେଡି।

You might also like