• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାରିପଦା : ଆଜି ଠାରୁ ରାଜ୍ୟରେ ପକ୍ଷୀଗଣନା ଆରମ୍ଭ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା । ଶୀତ ଋତୁରେ ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଓଡ଼ିଶା ଆଡ଼କୁ ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ବାଟ ଉଡ଼ି ଆସିଥାନ୍ତି  ବିଦେଶୀ ପକ୍ଷୀ । ଏହି ପକ୍ଷୀମାନେ ମୟୁରଭଞ୍ଜ ଜିଲ୍ଲାର ଅନେକ ଜଳାଶୟରେ ମଧ୍ୟ ଆସି ରହିଥାନ୍ତି । ପକ୍ଷୀ ମାନଙ୍କର ସଂରକ୍ଷଣ, ସେମାନଙ୍କ ପ୍ରଜାପତିର ଚିହ୍ନଟଓ ଗତିବିଧିକୁ ଜାଣିବା ପାଇଁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି । ମୟୁରଭଞ୍ଜ ଜିଲ୍ଲାର ତିନୋଟି ବନଖଣ୍ଡ ଅଧିନ ପାଉଁଶିଆ, ହଳଦିଆ, କାଳ, ନେସା, ବାଙ୍କବଳ, ସମେତ ଶହେରୁ ଉର୍ଦ୍ଧ୍ବ ଜଳାଶୟରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି । ପକ୍ଷୀ ଗଣନା କାର୍ଯ୍ୟରେ ବନବିଭାଗ ଅଧିକାର ,ବନପାଳ, ପକ୍ଷୀ ଗବେଷକ ମାନେ ନିୟୋଜିତ ହୋଇ ପକ୍ଷୀ ମାନଙ୍କର ରେକର୍ଡ ରଖିବେ । ଜିପିଏସ୍ କ୍ୟାମେରାରେ ଚାଲିଛି ଏହି ପକ୍ଷୀଗଣନା ।

ସେହିଭଳି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୋଣାର୍କ, ଅସ୍ତରଙ୍ଗ, ବାଲୁଖଣ୍ଡ, ଗୋପ ଏବଂ ବ୍ରହ୍ମଗିରି ରେଞ୍ଜରେ ଥିବା ସମସ୍ତ ଆଦ୍ରଭୂମି ଗୁଡିକରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ପୁରୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୫ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିଶେଷଜ୍ଞ, ସ୍ୱେଚ୍ଛାସେବୀ ଏବଂ ବନବିଭାଗ ଦ୍ୱାରା ପକ୍ଷୀ ଗଣନା ଚାଲିଛି ଜିପିଏସ୍, କ୍ୟାମେରାରେ ଚାଲିଛି ପକ୍ଷୀ ଗଣନା । ବ୍ରହ୍ମଗିରିରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିଲାଗି ରେଞ୍ଜକୁ ୪ଟି ଜୋନରେ ଭାଗ କରାଯାଇଛି । ଏଥିରେ ସୁନାମୁହିଁରୁ ବିରିକୁଦ, ବ୍ରହ୍ମଗିରି , କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦ ଯାଏଁ ଗଣନା ଚାଲିଛି । ଗତବର୍ଷ ଏହି ରେଞ୍ଜରେ ୧୦୧ ପ୍ରଜାତିର ପ୍ରାୟ ୯୦ ହଜାର ୭୬୩ଟି ବଦେଶାଗତ ପକ୍ଷୀ ଦେଖିବାକୁ ମିଳିଥିଲେ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବ୍ରହ୍ମଗିରିରେ ୪୫ ପ୍ରକାର ପ୍ରଜାତିର ପକ୍ଷୀ ଗଣନା କରାଯାଇଛି  । ପରବର୍ତ୍ତୀ କାଳରେ ସମସ୍ତ ପକ୍ଷୀଙ୍କ ପ୍ରଜାତି ସମ୍ପର୍କରେ ଜଣାପଡ଼ିବ । ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ ୯ ତାରିଖ ଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ ।  ଆଉ ଏହା ଜାନୁଆରୀ ୧୧ ତାରିଖରେ ଶେଷ ହେବ ।

From-today-bird-census-startin-state-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories