ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ।  ଆଗରୁ ଅକ୍ଟୋବର ୧ ତାରିଖରୁ ଯେଉଁମାନେ ରାତ୍ରୀ ରହଣି କରୁଥିଲେ କେବଳ ସେହିମାନଙ୍କୁ ଭିତରକନିକା ବୁଲିବାକୁ ଅନୁମତି ଦିଆଯାଉଥିଲା। ହେଲେ ଏବେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯାଇଛି।

କେନ୍ଦ୍ରାପଡାରେ ଥିବା ଏହି ଜାତୀୟ ଉଦ୍ୟାନକୁ  ଆଜି ପ୍ରଥମ ଦିନରେ ପ୍ରତୀକୂଳ ପାଣିପାଗ ସତ୍ତ୍ୱେ ୨୦ଜଣ ପର୍ଯ୍ୟଟକ ଆସିଥିଲେ। କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି।

You might also like