୩ ତାରିଖରୁ ଖୋଲିବ ବଳଦେବଜିଉ ମନ୍ଦିର

ଖୋଲିବ କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିର

କେନ୍ଦ୍ରାପଡା: ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିର। ଲକଡାଉନ ପରେ ବନ୍ଦ ଥିବା ମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। କୋଭିଡ ଗାଇଡଲାଇନ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ମିଳିଛି ସୂଚନା । ଗୋଟିଏ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ରହିବ। ଏହାସହ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି।

ତେବେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । ଏହା ପରେ ରାଜ୍ୟର ଅନେକ ଦେବାଦେବୀଙ୍କ ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆଉ ଏହାରି ମଧ୍ୟରେ ଖୁବଶୀଘ୍ର ଖୋଲିବ ବଳଦେବ ଜୀଉ ମନ୍ଦିର ।

You might also like