ଆସନ୍ତା ମାସଠୁ ଚାଲିବ ସବୁ ଟ୍ରେନ !

ଏପ୍ରିଲରୁ ଚାଲିବ ସବୁ ଟ୍ରେନ?

ଭୁବନେଶ୍ୱର: ଆସନ୍ତାମାସରୁ ଚାଲିପାରେ ସବୁ ଟ୍ରେନ। ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍। ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା  ଏନେଇ ସୂଚନା ଦେଇଛନ୍ତି। ECR ରେ ୮୨ଟି ଏକ୍ସପ୍ରେସ ଟ୍ରେନ୍ ଚାଲେ, କୋଭିଡ ଲାଗି ୫୯ ଟ୍ରେନ୍ ଚାଲିଛି, ଯାହା କି ୭୨ % ରହିଛି। ଠିକ ସେହିପରି ପାସେଞ୍ଜର ଟ୍ରେନ୍ ମାତ୍ର ୨୯ଟି ଚାଲେ, ମାତ୍ର ଏବେ ସବୁ ବନ୍ଦରହିଛି। ରାଜ୍ୟସରକାର ଓ ECR ବୋର୍ଡ ଆଲୋଚନା ପରେ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ସେ କୈଶଳେନ୍ଦ୍ର କେ. ଖାଡଙ୍ଗା କହିଛନ୍ତି।

ସେପଟେ କରୋନା ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ଟ୍ରେନ ଚଳାଚଳକୁ ବନ୍ଦ ରହିଥିଲା ରେଲୱେ। ଏହାସହ ଭିଡ଼କୁ କମାଇବା ଲାଗି ଅନେକ ପଦକ୍ଷେପ ନେଉଛି ରେଲୱେ। ଯେମିତି ଷ୍ଟେସନରେ ଲୋକମାନେ ଏକାଠି ନହେବେ ସେଥିଲାଗି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି ରେଳ ମନ୍ତ୍ରଣାଳୟ।

ତେବେ ଏହାରି ମଧ୍ୟରେ ଭରତୀୟ ରେଳ ମହଙ୍ଗା କରିଛି ପ୍ଲାଟଫର୍ମ ଟିକେଟ୍। ୫ ନୁହେଁ କି ୧୦ ନୁହେଁ ଏକା ସାଙ୍ଗରେ ପ୍ରାୟ ୫ ଗୁଣା ବଢାଇ ଦେଇଛି ପ୍ଲାଟଫର୍ମ ଟିକେଟ୍‌ର ଦର। ବର୍ତ୍ତମାନ ସମୟରେ ଯେଉଁ ଟିକେଟ୍ ଆପଣମାନଙ୍କୁ ୧୦ ଟଙ୍କାରେ ମିଳୁଥିଲା ତାହାକୁ ପାଇବାକୁ ହେଲେ ଆଗାମୀ ଦିନରେ ଆପଣଙ୍କୁ ଦେବାକୁ ପଡିବ ୫ ଗୁଣା ଅଧିକ ଅର୍ଥ। ଏବେ କିନ୍ତୁ କରୋନାର ବାହାନା ନେଇ ଟିକେଟ୍ ବଢାଇ ପାଇଁ ନିଷ୍ପତ୍ତି ନେଇଛି ରେଲୱେ। ବିଭାଗୀୟ ଅଧିକାରୀ ସଫେଇ ଦେଇ କହିଛନ୍ତି,ଆଗାମୀ ଦିନରେ ଦେଶର ବିଭିନ୍ନ ଷ୍ଟେସନରେ ଲୋକଙ୍କର ଭିଡ଼ ଜମିବ। ତେଣୁ ଲୋକଙ୍କର ଭିଡ଼ କମାଇବାକୁ ବିଭାଗ ଏ ନିଷ୍ପତ୍ତି ନେଇଛି।

ସେଣ୍ଟ୍ରାଲ ରେଲୱେ ମୁମ୍ବାଇ ମେଟ୍ରୋପଲିଟନ୍ ରିଜିୟନ(MMR) ର ପ୍ରମୁଖ ଷ୍ଟେସନମାନଙ୍କରେ ପ୍ଲାଟଫର୍ମ ଟିକେଟର ଦାମ୍ ୫ ଗୁଣା ପର୍ଯ୍ୟନ୍ତ ବଢାଇ ଦେଇଛି । ପ୍ଲାଟଫର୍ମରେ ଟିକେଟର ନୂଆ ଦାମ୍ ୧ ମାର୍ଚ୍ଚରୁ ଲାଗୁ ହୋଇସାରିଛି ଯାହାକି ୧୫ ଜୁନ୍ ପର୍ଯ୍ୟନ୍ତ ରହିବ। ତେବେ ଏହାରି ମଧ୍ୟରେ ପୁଣି ଥରେ ଟ୍ରେନ ଚାଲିବାର ଖବର ଆସିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ରହିଛି।

You might also like