ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଲୋକଙ୍କୁ ଦିଆଯିବ କରୋନା ଟିକା

ଓଡ଼ିଶାରେ ୧୭ ଲକ୍ଷ ଟିକା ମହଜୁଦ

  • ଓଡ଼ିଶାରେ ୧୭ ଲକ୍ଷ ଟିକା ମହଜୁଦ
  • ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି
  • ୪୦ ଲକ୍ଷ ଡୋଜ୍ ପହଞ୍ଚି ସାରିଛି, ୨୩ ଲକ୍ଷ ଡୋଜ୍ ଦିଆସରିଛି
  • ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି
  • ଏପ୍ରିଲ୍ ୨ରେ ଆଉ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ୍ ଟିକା ଆସିବ
  • ଟିକାକରଣରେ ରାଜ୍ୟର ୯ଟି ଜିଲ୍ଲା ପଛରେ ଅଛନ୍ତି କହିଲେ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ। ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭ ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ କରାଯିବା ନେଇ ସୂଚନା ରହିଛି। ଟିକାକରଣରେ ଅନୁଗୁଳ, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର, ନୂଆପଡା ଜିଲ୍ଲା ପଛରେ ଅଛି ବୋଲି ସୂଚନା ମିଳିଛି।

ଆଜି ଅଧିକ ଟିକାକରଣ ନେଇ ସମୀକ୍ଷା ବୈଠକ ହେବ। ଏହାସହ ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି ବୋଲି ଜଣାପଡିଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଥିବା ଜଣାଯାଇଛି। ଅନ୍ୟ ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଛି। ଏପ୍ରିଲ ୨ରେ ୯ଲକ୍ଷ ୮୮ ହଜାର୨୫୦ ଡୋଜ ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍ !
ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍
ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ବସ୍ ବନ୍ଦ ଯୋଜନା ହେଉଛି
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି
ନୂଆପଡ଼ା ଲୋକେ ପଡ଼ୋଶୀ ଛତିଶଗଡ଼କୁ ମାର୍କେଟିଂ ପାଇଁ ଯାଆନ୍ତି
ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ବି ହେଉଛି
ବସ୍ ବନ୍ଦ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଲେ ନିର୍ଦ୍ଦେଶକ

ଅନ୍ୟପଟେ ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବସ୍ ବନ୍ଦ ହୋଇପାରେ। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ନୂଆପଡ଼ା ଲୋକେ ପଡ଼ୋଶୀ ଛତିଶଗଡ଼କୁ ମାର୍କେଟିଂ ପାଇଁ ଯାଆନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ବି ହେଉଛି। ବସ୍ ବନ୍ଦ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି।

ଆହୁରି ପଢନ୍ତୁ : ସରକାରୀ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

You might also like