ଏଣିକି ସପ୍ତାହରେ ଏହି ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି

୨ ଦିନ ବନ୍ଦ ରହିବ ମନ୍ଦିର

ପୁରୀ: ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ ଏହି କଟକଣା। କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ପାଇଁ ଆଗରୁ କେବଳ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ଆଜି ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍ପି କନୱର ବିଶାଲ ସିଂହ, ଛତିଶାନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ। ତେବେ ବୈଠକରେ ମନ୍ଦିର ବନ୍ଦ ହୋଇଥିବା ନେଇ ନିଷ୍ପତ୍ତି ହୋଇଛି।

ତେବେ ପୂର୍ବରୁ କରୋନା ଲାଗି ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଥିଲା। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ହୋଇଥିଲା।  ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଥିଲେ। ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ ଉପରେ କୌଣସି ରୋକ ଲଗାଯାଇନାହିଁ। କେବଳ ରବିବାର ହିଁ ଦର୍ଶନ ବନ୍ଦ ରହିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏବେ ରାଜ୍ୟରେ ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ କେବଳ ରବିବାର ନୁହେଁ ବରଂ ଶନିବାର ମଧ୍ୟ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।

ଏହାସହ ରଥନିର୍ମାଣ ଆଗକୁ ଥିବାରୁ ସମସ୍ତ ଭୋଇ ଓ ମହାରଣାମାନଙ୍କୁ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।ଗତବର୍ଷ ମାର୍ଚ୍ଚ ୨୦ ତାରିଖ କରୋନା ପ୍ରଭାବରେ ଥର ହର ହୋଇଥିଲା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବରରେ ଖୋଲିଲା ଶ୍ରୀମନ୍ଦିର। ତାପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଛୁଟିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଖୋଲାମେଲା ହୋଇଯାଇଥିଲା କଟକଣା କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିବାପରେ ପୁଣି ଆରମ୍ଭ ହୋଇଛି କଟକଣା। ତେବେ ଗତକାଲି ଶ୍ରୀମୁଖ ଶୃଙ୍ଗାର ଲାଗି ୪ ଘଂଟା ବନ୍ଦ ରହିବ ରହିଥିଲା। କିନ୍ତୁ ନୀତି ସରିବା ପରେ ପୁଣି ଥରେ ଦର୍ଶନ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନ୍ଦିର ଯେଉଁ ଦିନରେ ଖୋଲିବ ସେହି ସମୟରେ ପ୍ରଶାସନ ଓ ସରକାରଙ୍କ କରୋନା ନିୟମ ମାନି ଭକ୍ତ ମନ୍ଦିର ଭକ୍ତକୁ ଯିବେ ବୋଲି କୁହଯାଇଛି।

You might also like