ଶେଷ ହେଲା ପ୍ରତୀକ୍ଷା: ୨୩ରୁ ଭକ୍ତଙ୍କୁ ଦର୍ଶନ ଦେବ ଜଗା

ପୁରୀ: ଭକ୍ତଙ୍କ ଡାକ ଶୁଣିଛି କାଳିଆ। ଦର୍ଶନ ଦେବ ଅପେକ୍ଷାରତ ଆତୁର ଭକ୍ତଙ୍କୁ। ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହର ବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପୁରୀବାସୀଙ୍କୁ ପର୍ଯ୍ୟାୟ କ୍ରମେ ଅନୁମତି ଦିଆଯିବ । ସାମାଜିକ ଦୂରତ୍ୱ ଓ କୋଭିଡ ଗାଇଡ୍ ଲାଇନରେ  ଲୋକେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ବର୍ତ୍ତମାନ ପାଇଁ କେବଳ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏହା ସହିତ ଆସନ୍ତା ୨୩ ତାରିଖରୁ ପୁରୀ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରମୁଖ ମନ୍ଦିରଗୁଡ଼ିକରେ ତହସିଲଦାର, ସେହି ଅଞ୍ଚଳର ଆଇଆଇସି, ମନ୍ଦିର କମିଟି, ପଞ୍ଚାୟତ ପ୍ରତିନିଧିରେ SOP ପ୍ରସ୍ତୁତ କରାଯିବ। ସେହି ଅନୁସାରେ ଧାର୍ମିକ ଅନୁଷ୍ଠାନ ଖୋଲିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢନ୍ତି: ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ଅନ୍ୟ ମନ୍ଦିର କେବେ ଖୋଲିବ ପ୍ରଶାସନ

 

You might also like