ସରକାରୀ ଅଫିସରେ ୨୦ ତାରିଖରୁ ସ୍ୱାଭାବିକ ହେବ କାମ

ଭୁବନେଶ୍ୱର: ଲକଡାଉନ୍ ନିୟମ ଜାରି ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କିଏ ଘରେ ରହି କାମ କରିବେ ସେ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଏପ୍ରିଲ ୨୦ରୁ ମେ‘ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ଏ ନେଇ ରାଜ୍ୟ ସରକାର କ୍ରିଟିକାଲ୍ ବିଭାଗ ପୁନଃ ନିର୍ଦ୍ଧାରଣ କରିଛନ୍ତି। ୧୧ଟି ବିଭାଗକୁ କ୍ରିଟିକାଲ୍, ଅନ୍ୟ ସବୁ ବିଭାଗକୁ ଆଂଶିକ କ୍ରିଟିକାଲ୍ ଘୋଷଣା କରାଯାଇଛି । କୃଷି, ସମବାୟ, ମତ୍ସ୍ୟ ପଶୁପାଳନ, ଜିଏ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ବିଭାଗ ଆଦିକୁ କ୍ରିଟିକାଲ୍ ଅନ୍ତର୍ଭୁକ୍ତ କରାଯାଇଛି ।

ସେହିଭଳି ଗୃହ, ଶ୍ରମ, ପଞ୍ଚାୟତିରାଜ, ରାଜସ୍ୱ,  ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ କ୍ରିଟିକାଲ୍ ବିଭାଗ ମଧ୍ୟରେ ରହିଛି। କ୍ରିଟିକାଲ୍ ବିଭାଗର ସବୁ ‘ଗ୍ରୁପ୍ ଏ’ ଅଫିସର ଅଫିସ୍ ଆସିବାକୁ ବାଧ୍ୟ।

କ୍ରିଟିକାଲ୍ର ବି, ସି, ଡି ଗ୍ରେଡର ୫୦% କର୍ମଚାରୀ ଅଫିସ୍ ଆସିବେ । ସେହିଭଳି ଆଂଶିକ କ୍ରିଟିକାଲର ସମସ୍ତ ଗ୍ରୁପ୍ ଏ ଅଧିକାରୀ ଅଫିସ୍ ଆସିବେ ।  ବି, ସି, ଡି ବର୍ଗରୁ ସର୍ବାଧିକ ୩୩ % କର୍ମଚାରୀ କ୍ରମନ୍ୱୟରେ ଅଫିସ୍ ଆସିବେ । ଯେଉଁମାନେ ଅଫିସ୍ ଆସିବେନି, ପୂର୍ବପରି ଘରେ ରହି କାମ କରିବେ ।

 

You might also like