ଦିଲୀପଙ୍କ ଶେଷକୃତ୍ୟ ସଂପନ୍ନ; ଦୁଃଖରେ ମ୍ରିୟମାଣ ନେତା ଓ ସାମ୍ବାଦିକ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଗତରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଦିଲୀପ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନ୍ସିଆଲ୍ ଏଡିଟର୍ ଭାବେ କାର୍ଯ୍ୟ କରିବା ସହ ଜଣେ ଅର୍ଥନୀତିଜ୍ଞ, ସ୍ତମ୍ଭକାର ଓ ପ୍ୟାନେଲିଷ୍ଟ ଭାବେ ମଧ୍ୟ ପରିଚୟ ଲାଭ କରିଥିଲେ।  ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତିତି ନିମନ୍ତେ ଆଜି ଓଟିଭି କାର୍ଯ୍ୟାଳୟରେ ମଧ୍ୟ ନିରବ ପ୍ରାର୍ଥନା କରାଯାଇଥିଲା।

 

You might also like