ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଭଦ୍ରକ: ମହଙ୍ଗା ପଡ଼ିଲା ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ। ଫେସବୁକରେ ବାରମ୍ବାର ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ ବିଚ୍ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ମହିଳା ଓ ତାଙ୍କ ସଂପର୍କୀୟ।

ଭଦ୍ରକ ଅଞ୍ଚଳରୁ ଏପରି ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଓ କିଛି ଯୁବକ ମିଶି କାର୍‌ରେ ଥିବା ଜଣେ ଯୁବକଙ୍କୁ ଘୋଷାରି ଆଣି ମାଡ଼ ମାରୁଛନ୍ତି।

ଅଭିଯୋଗ ଅନୁଯାୟୀ, କାର୍‌ରେ ଥିବା ଯୁବକ ଜଣକ ସମ୍ବଲପୁର ଅଞ୍ଚଳର ଜଣେ ମହିଳାଙ୍କୁ ଫେସ୍‌ବୁକ୍ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ଅଭିଯୁକ୍ତ ଯୁବକଙ୍କ ଘର ବାଲେଶ୍ୱର ଖଇରା ଅଞ୍ଚଳରେ।

ପୂର୍ବ ଯୋଜନା ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକକୁ ଡକାଇ ଥିଲେ ମହିଳା। ଯୁବକ ଜଣକ ବନ୍ତ ଛକ ନିକଟରେ ପହଞ୍ଚିବା ପରେ ମହିଳା ଓ ତାଙ୍କ ସଂପର୍କୀୟ ଯୁବକଙ୍କୁ ଘୋଷାରି ଘୋଷାରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏ ନେଇ ଉଭୟ ପକ୍ଷରୁ ପୃଥକ ମାମଲା ରୁଜୁ ହୋଇଛି ଭଦ୍ରକ ଟାଉନ ଥାନା ପୋଲିସ ଯୁବକଙ୍କୁ ମାଡ଼ ମାରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

You might also like