ଦାନା ପାଇଁ ଦାଦନ ଖଟୁଛି ପୁଅ

ଦୁର୍ଦ୍ଦିନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର

ପୁରୀ (ସଞ୍ଜୟ ପତି )- ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜାରି ରଖିଛନ୍ତି ଜୀବନ ସଂଗ୍ରାମ । ଦୁର୍ଦ୍ଦିନରେ କାଳ କାଟୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର।  ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର କାହ୍ନୁଚରଣ ମଲ୍ଲିକଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ । ପରିବାରକୁ ଆଜି ଯାଏ କୌଣସ ସରକାରୀ ସୁବିଧା ମିଳି ନାହିଁ।  ଭଙ୍ଗା ଦଦରା ଘର କାନ୍ଥ ପଡ଼ି ଯାଇଥିବାରୁ ଘର ଚାରିପଟେ ଟଣା ହୋଇଛି ପଲିଥିନ। ଏହି ଦୃଶ୍ୟ କହୁଛି ପରିବାରର ଆର୍ଥିକ ସ୍ଥିତି।

୨୦୧୦ରେ ସର୍ବେଶ୍ୱର ଓ ୨୦୧୨ରେ କାହ୍ନୁ ଚରଣଙ୍କ ଦେହାନ୍ତ ପରେ ଦୁର୍ଦ୍ଦିନରେ ଚଳୁଛନ୍ତି ଏହି ପରିବାର । ପରିବାର କହିଲେ ସର୍ବେଶ୍ୱରଙ୍କ ସ୍ତ୍ରୀ ନିଶାମଣି, ଦୁଇ ଝିଅ ଓ ଗୋଟିଏ ପୁଅ । ଦାନା ପାଇଁ ଦାଦନ ଖଟିବାକୁ ଯାଇଛି ପୁଅ । ଗୋଟିଏ ଝିଅ ପୋଲିଓ ଆକ୍ରାନ୍ତ ହୋଇଥିବାବେଳେ ଆଉ ଜଣେ ଝିଅ ଚର୍ମ ରୋଗରେ ଆକ୍ରାନ୍ତ।

ପେଟକୁ ଦାନା, ଦେହକୁ କନା ଯୋଗାଡ଼ କରିବାକୁ ଅକ୍ଷମ, ତା ସହିତ ପୁଣି ରୋଗର ଦାଉ । ଭାଗ୍ୟ ଓ ଭଗବାନଙ୍କୁ ଭରସା କରି ବଞ୍ଚିଛନ୍ତି ଏହି ପରିବାର । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଭାବେ ଏମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ସବୁ କଥା ଜାଣିବା ପରେ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like