ସ୍ୱାଧୀନତା ସଂଗ୍ରାମୀଙ୍କ ଘରେ ପହଞ୍ଚି ସମ୍ମାନିତ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ମାନିତ ହେଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ। କ୍ରାନ୍ତି ଦିବସ ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ନିଜ ବାସଭବନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଭଗବାନ ସିଣ୍ଢୋଳ ଗାଁର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ତରଫରୁ ଆସିଥିବା ଉତ୍ତରୀୟ ଓ ଶୁଭେଚ୍ଛା ପତ୍ର ଦେଇ ସମ୍ମାନିତ କରିଛନ୍ତି।

ଭଦ୍ରକ ଜ଼ିଲ୍ଲାର ତିନି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଧାମନଗର ବ୍ଲକ ସୂର୍ଯ୍ୟପୁର ଅଞ୍ଚଳର ରାମହରି ଗୋସ୍ୱାମୀ, ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ଜିଲ୍ଲାପାଳ ରାଷ୍ଟ୍ରପତିଙ୍କ ପାଖରୁ ଆସିଥିବା ଶୁଭେଚ୍ଛା ବାର୍ତ୍ତା ଓ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି। କମାରବନ୍ଧ ଗାଁରେ କଣ୍ଟେନମେଣ୍ଟ ଜୋନ ଥିବାରୁ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତଙ୍କୁ ଧାମନଗର ବିଡ଼ିଓ ଓ ଥାନା ଅଧିକାରୀ ସମ୍ମାନିତ କରିଛନ୍ତି।

ରଣପୁର ବ୍ଲକ ମଝିଆଁଖଣ୍ଡ ଗାଁର ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶୋଇଙ୍କୁ ସମ୍ମାନିତ କରିଛନ୍ତି। ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ରାଷ୍ଟ୍ରପତି ଭବନରୁ ଏକ ସ୍ୱତନ୍ତ୍ର ଖାମରେ ଆସିଥିବା ରାଷ୍ଟ୍ରପତିଙ୍କ ବାର୍ତ୍ତା ଓ ଉପଢୌକନ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶୋଇଙ୍କୁ ପ୍ରଦାନ କରିଛନ୍ତି।

ସେହିପରି କେନ୍ଦ୍ରାପଡା ଜିଲ୍ଲା ହାଟବାଣପୁରର ସ୍ୱାଧୀନତା ସଂଗ୍ରାମୀ ମକରଧ୍ୱଜ ଦାସଙ୍କୁ ତାଙ୍କ ବାସଭବନରେ ସମ୍ମାନିତ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଷ୍ଟ୍ରପତିଙ୍କ ପକ୍ଷରୁ ଆସିଥିବା ଶୁଭେଚ୍ଛା ପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like