• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି।

କରୋନା ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ରହିବା, ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ରାଜ୍ୟ ୨ଟି ଘରୋଇ ମେଡିକାଲରେ ୧୦୦୦ ବେଡ୍ ବିଶିଷ୍ଟ କୋଭିଡ୍ ୱାର୍ଡ ନିର୍ମାଣ ହେବ। ସେହିପରି ଡ୍ରିମ୍ସ କଲେଜରେ ଅସ୍ଥାୟୀ ଭାବେ କୋଭିଡ୍-୧୯ ହସ୍ପିଟାଲ ନିର୍ମାଣ କରାଯିବ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଏସବୁ କାମ ଚାଲିଛି।

ସେପଟେ ଓଡ଼ିଶାରେ ଏଯାବତ ମୋଟ ୩୭୦ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଛି। ମୋଟ ୩୭୦ ସାମ୍ପଲରୁ ପୂର୍ବୋକ୍ତ ୩ଟି ପଜିଟିଭ ମିଳିଛି। ପ୍ରଥମ ୨ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିଲେ। ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିଲେ। ଏବେ ଯାଏ ୭୬ ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି

୧୦୪ ଜରିଆରେ ମୋଟ ୧୦, ୨୧୭ ଜଣ ପଂଜୀକରଣ କରିଛନ୍ତି। ୧୦, ୨୧୭ ଜଣଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶାଗତ ରହିଥିବା ସେ ସୂଚନା ଦେଇଛନ୍ତି।

Free-treatment-for-corona-patient
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories