• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ନିର୍ଦ୍ଦେଶ ଦେଇଛି।

ବିଡିଏ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ବିଭିନ୍ନ ସପିଂ ମଲ୍ , ମଲଟିପ୍ଲେକ୍ସ, ଆପାର୍ଟମେଣ୍ଟ୍ ଓ ହସ୍ପିଟାଲରେ ସାଧାରଣ ଲୋକଙ୍କଠୁ ଗାଡ଼ି ପାର୍କିଂ ଫି’ ଆଦାୟ କରାଯାଉଥିବା ବିଡିଏ ଦୃଷ୍ଟିକୁ ଆସିଛି। ବିଡିଏ ଦ୍ୱାରା ଅନୁମୋଦିତ ହେଉଥିବା ବିଲିଡିଂ ପ୍ଲାନ୍ ଓ ବିଡିଏର ଅନ୍ୟାନ୍ୟ ନିୟମ ଅନୁସାରେ ଏହା ଠିକ୍ ନୁହେଁ। ତେଣୁ ବେଆଇନ ଭାବେ ଆଦାୟ କରାଯାଉଥିବା ଏହି ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି।

ବିଲିଡିଂ ପ୍ଲାନ୍ ଆପ୍ରୁଭାଲ୍‌ ସମୟରେ ଗାଡ଼ି ରଖିବା ପାଇଁ ପାର୍କିଂ ଅଞ୍ଚଳ ଯେତିକି ଅନୁମୋଦନ କରାଯାଇଛି, ତାହା ଅନ୍ୟ ଉଦ୍ଦେଶ୍ୟରେ ଉପଯୋଗ ହେଉଥିବାରୁ ରାସ୍ତାରେ ଗାଡ଼ି ପାର୍କିଂ ଘଟଣା ବୃଦ୍ଧି ପାଉଛି। ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏଥିପ୍ରତି କଡ଼ା ନଜର ରଖାଯାଇଛିି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

Free-parking-applicable-to-theatres-hospitals
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories