• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର : କୋଭିଡ୍ ସଂକଟ ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ହିତାଧିକାରୀ ମଧ୍ୟ ସହଯୋଗର ହାତ ବଢାଉଥିବା ଦେଖାଯାଏ। ଏହିକ୍ରମରେ କୋଭିଡ୍ ମହାମାରୀରରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍‌ଥ୍ ଏଣ୍ଡ୍‌ ୱେଲନେସ୍ ଗ୍ରୁପ ଅମୃତ ଧାରା ନାମରେ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।

ଏହାର ଉନ୍ମୋଚନ ଅବସରରେ ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ ମୁଖ୍ୟ ପରିଚାଳକ ଡାକ୍ତର ପ୍ରିୟବ୍ରତ ଧିର, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ଥର ବିଏମ୍‌ସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲ୍ଟର ପଟିଆ ବିଗ୍ ବଜାରସ୍ଥିତ ତ୍ରିଷ୍ଣା ବନକ୍ୟୁଟ୍ ଠାରେ ଆରମ୍ଭ କରାଯାଇଛି। ଏହି ସେଣ୍ଟର ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ବର ଜାରି ହୋଇଛି । ସେହି ନମ୍ବର ଦୁଇଟି ହେଉଛି- 7894433829 ଏବଂ ଅନ୍ୟଟି ହେଉଛି 8093822322 ।

କରୋନା ସଂକ୍ରମଣ କାରଣରୁ ରାଜ୍ୟରେ ଦିନକୁ ଦିନ ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ମେ’ ୩୧ ତାରିଖରେ ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍ ୧ ତାରିଖ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୨ ତାରିଖରେ ୪୨ ଜଣ କରୋନା ରୋଗୀ ଆଖି ବୁଜିଥିବା ଆଜି ସରକାରୀ ଭାବେ  କୁହାଯାଇଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ଖୋର୍ଦ୍ଧାରୁ ୩ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଦେବଗଡ଼, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ବରଗଡ଼, ଭଦ୍ରକ, ଗଞ୍ଜାମ, ପୁରୀରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ  ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟରେ ସଂକ୍ରମଣ ସଂଖ୍ୟା ମଧ୍ୟ କମିବାର ନା ଧରୁନି। ଗତ କିଛି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଉପରେ ରହିଛି। ଆଜି ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି  ୮,୮୩୯ ରୋଗୀ। ଜୁନ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

Free-oxygen-shelter-open
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories