ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଚୌଦ୍ୱାର ଇମ୍ପାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଚୌଦ୍ୱାର ରୂପଯାତ୍ରା ପଡିଆ ନିକଟରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ପବ୍ଲିକ ୱାଲଫେୟାର ସୋସାଇଟିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁରୋଗ, ଚର୍ମରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଭେଷଜ ବିଭାଗର ୫ଜଣ ଡାକ୍ତର ଯୋଗ ଦେଇଥିଲେ। ଏଥିରେ ଅଞ୍ଚଳର ୫୮୦ ଜଣ ରୋଗୀଙ୍କୁ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା।

ସେହିଭଳି ଚୌଦ୍ୱାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ସମୂହ ଶୌଚାଳୟ ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇମ୍ପାର ବରିଷ୍ଠ ଉପସଭାପତି ବିଜୟାନନ୍ଦ ମହାପାତ୍ର, ଇମ୍ପାର ଉପସାଧାରଣ ପ୍ରଶାସକ ସାରଦା ପ୍ରସାଦ ରାଓ, ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦିଗମ୍ବର ବିଶ୍ୱାଳ ପରିଚାଳନା କରିଥିଲେ। ଫାଉଣ୍ଡେସନର ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

You might also like