ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାତି ୮ଟାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍‌କୁ ମାନିବା ଲାଗି ଅନୁରୋଧ ନବୀନ କରିଛନ୍ତି। ମୁଁ ଲକ୍ଡାଉନ୍ ସପକ୍ଷରେ ନୁହେଁ ବୋଲି ନବୀନ କହିଛନ୍ତି।

ଏହାସହ ରାଜ୍ୟର ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟିକା ମିଳିବ। ମାଗଣା ଟିକା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏ ବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ।

ଏହି ଘୋଷଣା ପୂର୍ବରୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ସମ୍ବୋଧନରେ କଣ ରହିବ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ସେନେଇ ରାଜ୍ୟବାସୀଙ୍କ ନଜର ରହିଥିଲା। କିଛି ରାଜ୍ୟ ମାଗଣା ଟିକା ଘୋଷଣା କରିଛନ୍ତି। ଏହା ପରେ ଓଡ଼ିଶାରେ ମାଗଣା ଟିକା ଦେବା ପାଇଁ ବିରୋଧୀ ଚାପ ପକାଇଥିଲେ।

କରୋନା ଟିକା କୋଭାକ୍ସିନ୍‌ର ଦର  ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇ ଆସୁଥିଲା କୋଭାକ୍ସିନ୍।
ସେହିପରି କୋଭିସିଲଡ ଟିକା ଦର ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା କହିଛନ୍ତି।
You might also like