ମହଙ୍ଗା ପଡ଼ିଲା ମିଛ ଡାକ୍ତର କହି ବିବାହ କରିବା : ବନ୍ଧା ହେଲେ ମିଛୁଆ ସ୍ୱାମୀ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ମିଛ ଡାକ୍ତର ପରିଚୟ ଦେଇ ବିବାହ କରିବା । ଏନେଇ ଥାନାରେ ଅଭିଯୋଗ ପରେ ବନ୍ଧା ହୋଇଛି ମିଛୁଆ ସ୍ୱାମୀ । ଆଉ ଏବେ ପୁଲିସ ମିଛୁଆ ସ୍ୱାମୀର ବାପା ପୂର୍ବତନ ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କୁ ଖୋଜୁଛି ।

ସେପଟେ ମିଛ କହି ନିଜ ଝିଅର ଜୀବନ ବରବାଦ କରିଥିବା ଅଭିଯୋଗରେ ପୁଅର ପରିବାର ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ଗତ ବର୍ଷ ପୂର୍ବତନ ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କ ପୁଅ ଶୈଳେନ୍ଦୁଙ୍କ ସହ ଭୁବନେଶ୍ୱରର ଜଣେ ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ଶୈଳେନ୍ଦୁ ବିବାହ ପୂର୍ବରୁ କହିଥିଲେ ଯେ, ସେ  ନ୍ୟାସନାଲ ମେଡିକାଲ କଲେଜ କୋଲକାତାରୁ ଏମବିବିଏସ , ଦିଲ୍ଲୀ ଏମ୍ସସରୁ ଫିଜିଓଲୋଜିରେ ପିଜି ଏବଂ କାନାଡାର ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ପିଏଚ୍‌ଡ଼ି କରୁଛନ୍ତି। ଯାହା ପରବର୍ତ୍ତୀ ସମୟରେ ମିଛ ବୋଲି ଜଣାପଡ଼ିଛି ।

You might also like