ପୁଣି ଟଳିଲେ ମାଓବାଦୀ
ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୪ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୪ ମାଓବାଦୀ ନିହତ। ଛତିଶଗଡ଼ ଗୁମିଅାବେଡ଼ା ଜଙ୍ଗଲରେ ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି।
ଗତ ୬ ତାରିଖରେ ମଧ୍ୟ ମାଓ ବିରୋଧୀ ଅପରେସନରେ ଛତିଶଗଡ଼ ପୁଲିସକୁ ମିଳିଥିଲା ବଡ଼ଧରଣର ସଫଳତା। ଏନ୍କାଉଣ୍ଟରରେ ୧୫ ମାଓବାଦୀ ନିହତ ହୋଇଥିଲେ ।