କାର୍‌ ଧକ୍କାରେ ୪ ଆହତ; ଡ୍ରାଇଭର ଫେରାର, ମଦ ଜବତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କାର୍‌ ଧକ୍କାରେ ୪ଜଣ ଗୁରୁତର। ବୌଦ୍ଧ ଜିଲ୍ଲା ପୁରୁଣା କଟକ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ପୁରୁଣା କଟକ ମେଡିକାଲେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଓଡଗାଁର ରଶ୍ମିତା ବିଷୋୟୀ, ଗୋଧିପଡାର ସୁମନ୍ତ ସାମଲ, ହେମନ୍ତ ଓ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ। ।

ଗତକାଲି ରାତିରେ ରଶ୍ମିତା ଏକ ଘରୋଇ ବସ୍‌ରୁ ଓହ୍ଲାଇ ଚାଲିକି ଖାଇବାକୁ ଯାଉଥିଲେ। ଏହି ସମୟରେ କାର୍‌ଟି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା। କିଛି ବାଟ ଯିବା ପରେ ପୁଣି କାର୍‌ଟି ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ସୁମନ୍ତ, ହେମନ୍ତ ଓ ସତ୍ୟ ସୁନ୍ଦର ଆହତ ହୋଇଥିଲେ।

ଦୁର୍ଘଟଣା ପରେ କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ୍ କାର ସହ ସେଥିରେ ଥିବା ମଦ ଜବତ କରିଛି। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି।

 

You might also like