ଜଳିଗଲା ମାଛ ଦୋକାନ

ପାରାଦୀପ: ପାରାଦୀପ ସ୍ଥିତ କୁଜଙ୍ଗ ଥାନା ଅନ୍ତର୍ଗତ ମାଳହୁଙ୍କା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ମାଛ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଗତରାତିରେ ଏହି ଅଘଟଣ ଘଟିଛି।

ସ୍ଥାନୀୟ ଲୋକ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ମାଛ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ମାଳହୁଙ୍କା ବଜାର ବନ୍ଦ ଡାକରା ଦିଆଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like